Odia-English Online
Dictionary & Grammar

  • Home
  • Browse Word
  • Grammar
  • Input Tools
  • Translation
  • Proverbs
  • Word Book
Odia - English
Dictionary
  • Home
  • Dictionary
    • 1. Prasasaba Dictionary
    • 2. Shrimandir Dictionary
    • 3. Samalpuri Dictionary
  • Grammar
  • Browse Word
  • Word Book
  • Proverbs
  • Odia Translatations
  • Odia Typing
  • Lession [Trending]
  • TechDaily
Odia English


 

Main Word

Odia Grammar : Topic & Details

Topics
Odia Grammar
  • ବାକ୍ୟବିଚାର
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କୃଦନ୍ତ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

Odia Grammar
  • ବାକ୍ୟବିଚାର
  • ବାକ୍ୟର ପ୍ରକାର ଭେଦ
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

ଶବ୍ଦ

ଏକବର୍ଣ୍ଣ ବା ଏକାଧୂକ ବର୍ଣ୍ଣର ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ 'ଶବ୍ଦ' କହନ୍ତି ।

ଶବ୍ଦର ପ୍ରକାର ଭେଦ

🖝  ଅନୁଶୀଳନରୁ ଜଣାଯାଏ ଯେ ଭାଷା ହେଉଛି ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମ । ପୁଣି ଶବ୍ଦପୁଞ୍ଜ ହେଉଛନ୍ତି ଏ ଭାଷାର ଅଙ୍ଗପ୍ରତ୍ୟଙ୍ଗ ସଦୃଶ । ଏହିମାନଙ୍କୁ ନେଇ ସେ ନିଜର କଳେବର ବୃଦ୍ଧି କରିବାରେ କ୍ଷମ ହୋଇଥାଏ

🖝  ଗୋଟିଏ ଭାଷାର ଶବ୍ଦଭଣ୍ଡାରକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ସେଥିରୁ ଅନେକ ବହୁକାଳଧରି ଅପରିବର୍ତିତ ଥିବାବେଳେ କେତେକ ଶବ୍ଦର କାଳକ୍ରମେ ପରିବର୍ତ୍ତନ ଘଟି ନୂଆରୂପ ହୋଇଛି କେତେକ ଶବ୍ଦ ଲୋକମୁଖରୁ ନୂତନ ଭାବେ ସୃଷ୍ଟି ହୋଇଥିବାବେଳେ କେତେକ ଅନ୍ୟଭାଷାରୁ ଆସି ଏ ଭାଷା ସହିତ ମିଶିଯାଇଛନ୍ତି । ଏହିଧାରାର ପ୍ରଚଳନ ହେତୁ ଗୋଟିଏ ଭାଷା ମଧ୍ୟରେ ବିବିଧତା ଲକ୍ଷ୍ୟ କରାଯାଇଥାଏ ଆମ ଓଡ଼ିଆ ଭାଷା ମଧ୍ୟ ଏହି ଧାରାରୁ ବାଦ୍ ଯାଇନାହିଁ । ଅଧୂକନ୍ତୁ ଏହି ଧାରାକୁ ଆଖି ଆଗରେ ରଖୁ ଭାଷାଭଣ୍ଡାରକୁ ଚାରିଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ଯଥାକ୍ରମେ - ତମ, ତଦ୍‌ଭବ, ଦେଶଜ ଓ ବୈଦେଶିକ ।

ତତ୍‌ସମ

🖝  'ତତ' ଓ 'ସମ' - ଏ ଦୁଇଟି ଶବ୍ଦ ମିଶ୍ରଣରେ 'ତତ୍ସମ' ଶବ୍ଦଟି ଗଠିତ ହୋଇଛି । ଏହାର ଅର୍ଥ ହେଉଛି 'ତାହା ସହିତ ସମାନ' -  ଅର୍ଥାତ୍ ସଂସ୍କୃତ ଭାଷା ସହିତ ସମାନ ସଂସ୍କୃତ ଭାଷାର କେତେକ ଶବ୍ଦ ଅପରିବର୍ତ୍ତିତ ହୋଇ ଅବିକଳରୂପେ ଓଡ଼ିଆ ଭାଷାରେ ପ୍ରଚଳିତ ହୋଇ ଆସୁଅଛି, ଏଗୁଡ଼ିକୁ ତତ୍ସମ ଶବ୍ଦ କହନ୍ତି

🖝  ଏପରି ହେବାର କାରଣ ମଧ୍ୟ ଅଛି କାରଣ ଆର୍ଯ୍ୟମାନେ ଦୀର୍ଘକାଳ ଧରି ଭାରତବର୍ଷରେ ବସତିସ୍ଥାପନ କରିଆସିଛନ୍ତି ସେହିମାନଙ୍କର ଭାଷା ହେଉଛି ସଂସ୍କୃତ ତେଣୁ ଏହି ସଂସ୍କୃତ ଭାଷାର ପ୍ରଭାବ ଏ ଦେଶର ବିଭିନ୍ନ ଭାଷା ଉପରେ ରହିଆସିଛି ସେହି ଧାରାରୁ ଓଡ଼ିଆ ଭାଷା ବାଦ୍ ଯାଇନାହିଁ ଉଦାହରଣସ୍ୱରୂପ  - ନଦୀ, ଆକାଶ, ଅଙ୍କ, ଆଚାର୍ଯ୍ୟ, ସଂସାର, ପର୍ବତ ଇତ୍ୟାଦି

ତଦ୍‌ଭେଦ

🖝  ଏହାର ଅର୍ଥ ହେଉଛି ତହିଁରୁ ଭବ ବା ଜାତ -  ଅର୍ଥାତ୍ ଓଡ଼ିଆ ଭାଷାର କେତେକ ଶବ୍ଦ ସଂସ୍କୃତ ଶବ୍ଦମାନଙ୍କରୁ ଜାତ ହୋଇଛନ୍ତି ।

 
ସଂସ୍କୃତ - ତଦ୍‌ଭବ (ଓଡ଼ିଆ) ରୂପ
ନଦୀ ନଈ
ଗାଭୀ ଗାଈ
କୂପ କୂଅ
ଗର୍ଦ୍ଦଭ ଗଧ
ହସ୍ତୀ ହାତୀ
 
ଦେଶଜ

🖝  ଓଡ଼ିଶାରେ ପ୍ରଚଳିତ ଦେଶଜ ଶବ୍ଦର ତ୍ରିବିଧ ସ୍ତର ରହିଛି । (୧) ଆଦିବାସୀ ଭାଷା, (୨) ଦ୍ରାବିଡ଼ ଭାଷା, (୩) ପୂର୍ଣ୍ଣମାତ୍ରାରେ ଓଡ଼ିଶାର ଜନସାଧାରଣଙ୍କ ମୁଖରୁ ଉଦ୍‌ଭବ ଭାଷା। (କ) ଦ୍ରାବିଡ଼ ଶବ୍ଦ - ଅଡ଼ା, ଆରିସା, ଏଣ୍ଡୁରି, ଅଗାଡ଼ି ପ୍ରଭୃତି । (ଖ) ଆଦିବାସୀ ଶବ୍ଦ - ଅଟେଇ, ଅରମା, ଆଣ୍ଠୁ ପ୍ରଭୃତି । (ଗ) ଓଡ଼ିଶାର ଜନସାଧାରଣଙ୍କ ମୁଖରୁ ସୃଷ୍ଟ -  ଢିଙ୍କି, ଛାଞ୍ଚୁଣି, ଅଖାଡୁଆ, ଜନ୍ତାଳ, ଠେକରା, ଝୁମୁକା, ହାକୁଟି ପ୍ରଭୃତି। ବୈଦେଶିକ :

🖝  ବାଣିଜ୍ୟହେତୁ ହେଉ ବା ଶାସନସୂତ୍ରରେ ହେଉ କେତେକ ବାହାର ଦେଶର ପ୍ରଭାବ ଆମଦେଶ ଉପରେ ପଡ଼ିଥିଲା । ସେହି ପ୍ରଭାବରେ ଭାଷା ମଧ୍ୟ ପ୍ରଭାବିତ ହେଲା । ତେଣୁ କେତେକ ବିଦେଶୀ ଶବ୍ଦ ଆମଭାଷା ଭିତରେ ମିଶିଗଲେ । ସେହିଭଳି ଶବ୍ଦକୁ ବୈଦେଶିକ ଶବ୍ଦ କୁହାଯାଏ ।

 
  1. ପର୍ତ୍ତୁଗୀଜ - ଗୀର୍ଜା, ପାଦ୍ରି
  2. ଯାବନିକ - ଅକଲ, ଅଦାଲତ, ଆଇନା, ଇସ୍ତଫା, ଓକିଲ, ନଗଦ, ତହସିଲଦାର, ମୁଦାଲା, ମୁନିବ ପ୍ରଭୃତି ।
  3. ପାରସିକ - ଅଙ୍ଗୁର, ଅବକାରୀ, ଖଜଣା, କରଜ, ଚଷମା, ସୁପାରିସ, ହୁସିଆର ଇତ୍ୟାଦି । (୪) ତୁର୍କୀ -କଇଞ୍ଚ, କୁଲି, ଗାଲିଚା, ବନ୍ଧୁକ, ବାରୁଦ, ତୋପ, ଚପାତି ଇତ୍ୟାଦି ।
  4. ଇଂରାଜୀ - ଟିକେଟ, ବେଞ୍ଚ, ଟେବୁଲ, କଜ୍, ପେନ୍, ଇଞ୍ଜିନ୍, କଲେଜ ଇତ୍ୟାଦି ।
ଶବ୍ଦର ରୂପ
 

ଗଠନ ଦୃଷ୍ଟିରୁ ଏହାକୁ ଦୁଇଭାଗରେ ବିଭକ୍ତ କରାଯାଏ । ତାହା ହେଉଛି ଯଥାକ୍ରମେ ମୌଳିକ ଓ ବ୍ୟୁତ୍ପନ୍ନ ।

ମୌଳିକ ଶବ୍ଦ

🖝  ଯେଉଁ ଶବ୍ଦରୁ କୌଣସି ଉପାୟରେ ଗୋଟିଏ ହେଲେ ବି ବର୍ଷ କାଟିହୁଏ ନାହିଁ, ଅର୍ଥାତ୍ ଗୋଟିଏ ବର୍ଷ କାଟି ଦେଲେ ତାର ଅଙ୍ଗ ହାନି ହେବା ସଙ୍ଗେ ସଙ୍ଗେ ଅର୍ଥ ପ୍ରକାଶ କ୍ଷମତା ଲୋପପାଏ, ତାକୁ ମୌଳିକ ଶବ୍ଦ କହନ୍ତି ଯଥା :- ଗଛ, ବହି, ଧୂଳି, ପାଟ, ଡେଙ୍ଗା, ଧଳା ଇତ୍ୟାଦି ।

ବ୍ୟୁତ୍ପନ୍ନ ଶବ୍ଦ

🖝  ମୂଳଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ (ପ୍ରତ୍ୟୟ ବା ଶବ୍ଦ) ସଂଯୋଗକରି ନୂତନ ଶବ୍ଦ ଗଠନ କରାଗଲେ ତାହାକୁ ବ୍ୟୁତ୍ପନ୍ନ ଶବ୍ଦ କହନ୍ତି ଯଥା - ପ୍ରତାପ = ପ୍ରତାପ, ଆହୁରି ମନେରଖୁବାକୁ ହେବ ଯେ - କ୍ରିୟାପଦ

🖝  ପୂର୍ବବର୍ଣ୍ଣିତ ମୌଳିକ ଶବ୍ଦକୁ ତଥା କ୍ରିୟାର ମୂଳରୂପ ଧାତୁକୁ 'ପ୍ରକୃତ' କୁହାଯାଏ । ଏହି ପ୍ରକୃତି ସହିତ ପ୍ରତ୍ୟୟ ଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି ହୋଇଥାଏ, ଯଥା:- (ଧାତୁ) କୃ + ଅନୀୟ = କରଣୀୟ, ଦୃଶ୍ + ଅନୀୟ = ଦର୍ଶନୀୟ ଉଡ୍ + ଅନ୍ତା = ଉଡ଼ନ୍ତା, କାଠ + ଇ = କାଠି ଇତ୍ୟାଦି । କୁଲା + ଏଇ = କୁଲେଇ

ଶବ୍ଦର ଗଠନ ଧାରା
  🖝  ଆବଶ୍ୟକ ଅନୁସାରେ ଅର୍ଥପ୍ରକାଶ ଓ ଭାବବୋଧ କରାଇବା ପାଇଁ ଭାଷାରେ ନୂତନ ଶବ୍ଦମାନ ସୃଷ୍ଟି ହୋଇଥାନ୍ତି ମୁଖ୍ୟତଃ ଯୋଗବିୟୋଗ ପ୍ରକ୍ରିୟାରେ ଶବ୍ଦର ରୂପରେ ପରିବର୍ତ୍ତନ ଘଟି ଏ ନୂତନ ଶବ୍ଦମାନ ସୃଷ୍ଟି ହୋଇଥାନ୍ତି । ଏହି ଗଠନରୀତିର ଧାରାରେ ଆମ ଆଖୁ ଆଗକୁ ଆସନ୍ତି- ଲିଙ୍ଗ, ବଚନ, ବିଭକ୍ତି, ସନ୍ଧି, ସମାସ, ଯୁଗ୍ମଶବ୍ଦ, ବିପରୀତାର୍ଥ ବୋଧକ ଶବ୍ଦ, ସମୋଚ୍ଚାରିତ ଶବ୍ଦ, ବୃଦନ୍ତ, ତଦ୍ଧିତ, ଉପସର୍ଗ, ସନ୍ନନ୍ତ, ଯନ୍ତ, ଣିଜନ୍ତ, 'ଣ'ତ୍ବ ବିଧୂ ଓ 'ଷ'ତ୍ଵ ବିଧ୍ ଆଦି ।

 

   
    

Important Links

  • Dictionary
  • Grammar
  • Word Book
  • Proverb
  • Translator
  • Online Odia Typing
Odia-English Dictionary

Odia-English Dictinary

 

Powerd by

More Links

  • About Us
  • Contact Us

© 2026. All right reserved.