Odia-English Online
Dictionary & Grammar

  • Home
  • Browse Word
  • Grammar
  • Input Tools
  • Translation
  • Proverbs
  • Word Book
Odia - English
Dictionary
  • Home
  • Dictionary
    • 1. Prasasaba Dictionary
    • 2. Shrimandir Dictionary
    • 3. Samalpuri Dictionary
  • Grammar
  • Browse Word
  • Word Book
  • Proverbs
  • Odia Translatations
  • Odia Typing
  • Lession [Trending]
  • TechDaily
Odia English


 

Main Word

Odia Grammar : Topic & Details

Topics
Odia Grammar
  • ବାକ୍ୟବିଚାର
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କୃଦନ୍ତ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

Odia Grammar
  • ବାକ୍ୟବିଚାର
  • ବାକ୍ୟର ପ୍ରକାର ଭେଦ
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

କୃଦନ୍ତ ପଦ
ନୂଆ ଶବ୍ଦ ଗଢ଼ିବା ପାଇଁ ଧାତୁ ସହିତ ଯେଉଁ ପ୍ରତ୍ୟୟ ଯୁକ୍ତ ହୁଏ, ତାହାକୁ କୃତ୍ କହନ୍ତି । ଏହି କୃତ୍ ପ୍ରତ୍ୟୟ ଯୋଗ ହେବାଦ୍ୱାରା ଯେଉଁ ନୂତନ ଶବ୍ଦଟି ଗଠିତ ହୁଏ ତାହାକୁ କୃଦନ୍ତ ଶବ୍ଦ ବା କୃଦନ୍ତ ପଦ କୁହାଯାଏ । (କୃତ୍‌+ଅନ୍ତ=କୃଦନ୍ତ । ଯାହା ଅନ୍ତ ବା ଶେଷରେ କୃତ୍ ପ୍ରତ୍ୟୟ ହୋଇଥାଏ ତାହା କୃଦନ୍ତ)
  ସଂସ୍କୃତ ଧାତୁ + ପ୍ରତ୍ୟୟ = ଶବ୍ଦ (ତତ୍‌ସମ)
୧) ଦୃଶ୍ + ଅନ = ଦର୍ଶନ
୨) ପଠ୍ + ଅ = ପାଠ
୩) ବୁଧ୍ + ତି = ବୁଦ୍ଧି
ଓଡ଼ିଆ ଧାତୁ + ପ୍ରତ୍ୟୟ = ଶବ୍ଦ (ତଦ୍‌ଭବ+ଦେଶଜ)
୧) କାନ୍ଦ୍ + ଅଣା = କାନ୍ଦଣା
୨) ପଢ୍ + ଉଆ = ପଢୁଆ
୩) ଖସ୍ + ଅଡ଼ା = ଖସଡ଼ା
ପ୍ରଥମ ଉଦାହରଣରେ ଥିବା ଦର୍ଶନ

 

ସଂସ୍କୃତ କୃତ୍ ପ୍ରତ୍ୟୟ ଓ ନିଷ୍ପନ୍ନ ତତ୍‌ସମ ଶବ୍ଦ
ଅ ପ୍ରତ୍ୟୟ  
  ପଠ୍ + ଅ = ପାଠ ହସ୍ + ଅ = ହସ୍‌
ତ୍ୟଜ୍ + ଅ = ତ୍ୟାଗ ମଧୁ - ପା + ଅ = ମଧୁପ
ପଚ୍ + ଅ = ପାକ ସମ୍ - ସୃ + ଅ = ସଂସାର
ଜି + ଅ = ଜୟ କୁମ୍ଭ - କୃ + ଅ = କୁମ୍ଭକାର
ଭୀ + ଅ = ଭୟ ଜଳ - ଦା + ଅ = ଜଳଦ
ସୃପ୍ + ଅ = ସର୍ପ ଦିବ୍ + ଅ = ଦେବ
ଜପ୍ + ଅ = ଜପ
ଅନ ପ୍ରତ୍ୟୟ  
  ଭୁଜ୍ + ଅନ = ଭୋଜନ ଶ୍ର୍ରୁ + ଅନ = ଶ୍ରବଣ
ରୁଦ୍ + ଅନ = ରୋଦନ ମୃ + ଅନ = ମରଣ
ପଠ୍ + ଅନ = ପଠନ ସ୍ମୃ + ଅନ = ସ୍ମରଣ
ପତ୍ + ଅନ = ପତନ କୃ + ଅନ = କରଣ
ଜୀବ୍ + ଅନ = ଜୀବନ ଭୂଷ୍ + ଅନ = ଭୂଷଣ
ଭାଷ୍ + ଅନ = ଭାଷଣ ଗ୍ରହ୍ + ଅନ = ଗ୍ରହଣ
ଅକ ପ୍ରତ୍ୟୟ  
  ଖାଦ୍ + ଅକ = ଖାଦକ ଗୈ + ଅକ = ଗାୟକ
ନୃତ୍ + ଅକ = ନର୍ତ୍ତକ ପଚ୍ + ଅକ = ପାଚକ
ପଠ୍ + ଅକ = ପାଠକ ଶାସ୍ + ଅକ = ଶାସକ
ଶିକ୍ଷ୍ + ଅକ = ଶିକ୍ଷକ ସ୍ତୁ + ଅକ = ସ୍ତାବକ
ଜନ୍ + ଅକ = ଜନକ କୃ + ଅକ = କାରକ୪
ଉକ ପ୍ରତ୍ୟୟ  
  ନିନ୍ଦ୍ + ଉକ = ନିନ୍ଦୁକ ଭୂ + ଉକ = ଭାବୁକ
ଭିକ୍ଷ୍ + ଉକ = ଭିକ୍ଷୁକ
ଇ ପ୍ରତ୍ୟୟ  
  ଜଳ - ଧା + ଇ = ଜଳଧି
ବି - ଧା + ଇ = ବିଧି
ନି - ଧା + ଇ = ନିଧି
ଇଷ୍ଣୁ ପ୍ରତ୍ୟୟ  
  ବୃଧ୍ + ଇଷ୍ଣୁ = ବର୍ଦ୍ଧିଷ୍ଣୁ ସହ୍ + ଇଷ୍ଣୁ = ସହିଷ୍ଣୁ
ଇନ୍‌ ପ୍ରତ୍ୟୟ  
  ଭୂ + ଇନ୍ = ଭାବୀ ସତ୍ୟ - ବଦ୍ + ଇନ୍ = ସତ୍ୟବାଦୀ
ଅଧି- କୃ + ଇନ୍ = ଅଧିକାରୀ ପ୍ର - ବସ୍ + ଇନ୍ = ପ୍ରବାସୀ
ସ୍ଥା + ଇନ୍ = ସ୍ଥାୟୀ ଉପ - କୃ + ଇନ୍ = ଉପକାରୀ
ତ ପ୍ରତ୍ୟୟ  
  କୃ + ତ = କୃତ ଯୁଜ୍ + ତ = ଯୁକ୍ତ
ଜୀବ୍ + ତ = ଜୀବିତ ଶମ୍ + ତ = ଶାନ୍ତ
ହନ୍ + ତ = ହତ ସିଚ୍ + ତ = ସିକ୍ତ
ପ୍ରୀ + ତ = ପ୍ରୀତ ଶୁଧ୍ + ତ = ଶୁଦ୍ଧ
ଭୂ + ତ = ଭୂତ ପଚ୍ + ତ = ପକ୍ୱ
ତି ପ୍ରତ୍ୟୟ  
  ବୁଧ୍ + ତି = ବୁଦ୍ଧି ମୁଚ୍ + ତି = ମୁକ୍ତି
ସ୍ଥା + ତି = ସ୍ଥିତି ଶାସ୍ + ତି = ଶାସ୍ତି
ଦୃଶ୍ + ତି = ଦୃଷ୍ଟି ଭଜ୍ + ତି = ଭକ୍ତି
ସ୍ମୃ + ତି = ସ୍ମୃତି ମନ୍ + ତି = ମତି
କୃ + ତି = କୃତି ଶମ୍ + ତି = ଶାନ୍ତି
ତବ୍ୟ ପ୍ରତ୍ୟୟ  
  କୃ + ତବ୍ୟ = କର୍ତ୍ତବ୍ୟ ଗମ୍ + ତବ୍ୟ = ଗନ୍ତବ୍ୟ
ଦୃଶ୍ + ତବ୍ୟ = ଦ୍ରଷ୍ଟବ୍ୟ ବଚ୍ + ତବ୍ୟ = ବକ୍ତବ୍ୟ
ଦା + ତବ୍ୟ = ଦାତବ୍ୟ ଶ୍ରୁ + ତବ୍ୟ = ଶ୍ରୋତବ୍ୟ
ଜ୍ଞା + ତବ୍ୟ = ଜ୍ଞାତବ୍ୟ ଭୁଜ୍ + ତବ୍ୟ = ଭୋକ୍ତବ୍ୟ
ମନ୍ + ତବ୍ୟ = ମନ୍ତବ୍ୟ ଲଭ୍ + ତବ୍ୟ = ଲବ୍ଧବ୍ୟ
ଅନୀୟ ପ୍ରତ୍ୟୟ  
  ସ୍ମୃ + ଅନୀୟ = ସ୍ମରଣୀୟ ଗ୍ରହ୍ + ଅନୀୟ = ଗ୍ରହଣୀୟ
କୃ + ଅନୀୟ = କରଣୀୟ ବନ୍ଦ୍ + ଅନୀୟ = ବନ୍ଦନୀୟ
ପଠ୍ + ଅନୀୟ = ପଠନୀୟ ପାଳ୍ + ଅନୀୟ = ପାଳନୀୟ
ପୂଜ୍ + ଅନୀୟ = ପୂଜନୀୟ ଦୃଶ୍ + ଅନୀୟ = ଦର୍ଶନୀୟ
ଶ୍ରୁ + ଅନୀୟ = ଶ୍ରବଣୀୟ ପା + ଅନୀୟ = ପାନୀୟ
ଇତ୍ର ପ୍ରତ୍ୟୟ  
  ଚର୍ + ଇତ୍ର = ଚରିତ୍ର ପୁ + ଇତ୍ର = ପବିତ୍ର
ବହ୍ + ଇତ୍ର = ବହିତ୍ର ଖନ୍ + ଇତ୍ର = ଖନିତ୍ର
ଯ ପ୍ରତ୍ୟୟ  
  ପଠ୍ + ଯ = ପାଠ୍ୟ ଶାସ୍ + ଯ = ଶିଷ୍ୟ
ଗମ୍ + ଯ = ଗମ୍ୟ ବଚ୍ + ଯ = ବାଚ୍ୟ / ବାକ୍ୟ
ଦୃଶ୍ + ଯ = ଦୃଶ୍ୟ ଋ + ଯ = ଆର୍ଯ୍ୟ
ପଦ୍ + ଯ = ପଦ୍ୟ ପା + ଯ = ପେୟ
ଗଦ୍ + ଯ = ଗଦ୍ୟ ଦା + ଯ = ଦେୟ
କୃ + ଯ = କାର୍ଯ୍ୟ ବିଦ୍ + ଯ + ଆ = ବିଦ୍ୟା
ସହ୍ + ଯ = ସହ୍ୟ ଶୀ + ଯ + ଆ = ଶଯ୍ୟା
ତ୍ର ପ୍ରତ୍ୟୟ  
  ବସ୍ + ତ୍ର = ବସ୍ତ୍ର କ୍ଷି + ତ୍ର = କ୍ଷେତ୍ର
ଅସ୍ + ତ୍ର = ଅସ୍ତ୍ର ସ୍ତୁ + ତ୍ର = ସ୍ତୋତ୍ର
ନୀ + ତ୍ର = ନେତ୍ର ପତ୍ + ତ୍ର = ପତ୍ର
ତୃ ପ୍ରତ୍ୟୟ  
  କୃ + ତୃ = କର୍ତ୍ତୃ / କର୍ତ୍ତା ବି - ଜି + ତୃ = ବିଜେତା
ପା + ତୃ = ପିତୃ / ପିତା ବି - କ୍ରୀ + ତୃ = ବିକ୍ରେତା
ମା + ତୃ = ମାତୃ / ମାତା ନି - ଯମ୍ + ତୃ = ନିୟନ୍ତା
ନୀ + ତୃ = ନେତୃ / ନେତା ବି - ଧା + ତୃ = ବିଧାତା
ଶ୍ରୁ + ତୃ = ଶ୍ରୋତୃ / ଶ୍ରୋତା ପ୍ର - ବଚ୍ + ତୃ = ପ୍ରବକ୍ତା
ର ପ୍ରତ୍ୟୟ  
  ନମ୍ + ର = ନମ୍ର ରୁଦ୍ + ର = ରୁଦ୍ର
କମ୍ + ର = କମ୍ର ହିନସ୍ + ର = ହିଂସ୍ର
ଛିଦ୍ + ର = ଛିଦ୍ର କ୍ଷୁଦ୍ + ର = କ୍ଷୁଦ୍ର
ନ ପ୍ରତ୍ୟୟ  
  ପ୍ରଚ୍ଛ୍ + ନ = ପ୍ରଶ୍ନ ଯଜ୍ + ନ = ଯଜ୍ଞ
ଯତ୍ + ନ = ଯତ୍ନ ତୃଷ୍ + ନ + ଆ = ତୃଷ୍ଣା
ଉର ପ୍ରତ୍ୟୟ  
  ଭନଜ୍ + ଉର = ଭଙ୍ଗୁର ମିଦ୍ + ଉର = ମେଦୁର
ବିଦ୍ + ଉର = ବିଦୁର ଭାସ୍ + ଉର = ଭାସୁର
ସନ୍‌ ପ୍ରତ୍ୟୟ  
  ଇଚ୍ଛା କରିବା ଅର୍ଥରେ ଧାତୁରେ ସନ୍‌ ପ୍ରତ୍ୟୟ ହୁଏ । ଏହି ସନ୍ ପ୍ରତ୍ୟୟ ଦ୍ୱାରା ନିଷ୍ପନ୍ନ ପଦକୁ ସନ୍ନନ୍ତ ପଦ କୁହାଯାଏ । ସନ୍‌ ପ୍ରତ୍ୟୟ ପରେ ଆ ବା ଉ ପ୍ରତ୍ୟୟ ଯୋଗ କରାଯାଇ ବିଶେଷ୍ୟ ପଦ ଗଠିତ ହୁଏ ।
ପିଇବାର ଇଚ୍ଛା = ପିପାସା (ପା - ସନ୍ + ଆ)
ଜାଣିବାର ଇଚ୍ଛା = ଜିଜ୍ଞାସା (ଜ୍ଞା - ସନ୍ + ଆ)
ଜୟ କରିବାର ଇଚ୍ଛା = ଜିଗୀଷା (ଜି - ସନ୍ + ଆ)
ହତ୍ୟା କରିବାର ଇଚ୍ଛା = ଜିଘାଂସା (ହନ୍ - ସନ୍ + ଆ)
ଲାଭ କରିବାର ଇଚ୍ଛା = ଲିପ୍‌ସା (ଲଭ୍ - ସନ୍ + ଆ)
ଦେଖିବାର ଇଚ୍ଛା = ଦିଦୃକ୍ଷା (ଦୃଶ୍ - ସନ୍ + ଆ)
କରିବାର ଇଚ୍ଛା = ଚିକୀର୍ଷା (କୃ - ସନ୍ + ଆ)
ଦାନ କରିବାର ଇଚ୍ଛା = ଦି?ା (ଦା - ସନ୍ + ଆ)୭
ଶୁଣିବାର ଇଚ୍ଛା = ଶୁଶ୍ରୂଷା (ଶ୍ରୁ - ସନ୍ + ଆ)
ମୁକ୍ତି ପାଇବାର ଇଚ୍ଛା = ମୁମୁକ୍ଷା (ମୁଚ୍ - ସନ୍ + ଆ)
ମରିବାର ଇଚ୍ଛା = ମୁମୂର୍ଷା (ମୃ - ସନ୍ + ଆ)
ପିଇବାକୁ ଇଚ୍ଛୁକ = ପିପାସୁ (ପା - ସନ୍ + ଉ)
ଜାଣିବାକୁ ଇଚ୍ଛୁକ = ଜିଜ୍ଞାସୁ (ଜ୍ଞା - ସନ୍ + ଉ)
ଲାଭକରିବାକୁ ଇଚ୍ଛୁକ = ଲିପ୍‌ସୁ (ଲଭ୍ - ସନ୍ + ଉ)
ଓଡ଼ିଆ କୃତ୍ ପ୍ରତ୍ୟୟ ଓ ନିଷ୍ପନ୍ନ ତଦ୍‌ଭବ - ଦେଶଜ ଶବ୍ଦ  
ଅ ପ୍ରତ୍ୟୟ  
  କାଟ୍ + ଅ = କାଟ ଡାକ୍ + ଅ = ଡାକ
କାନ୍ଦ୍ + ଅ = କାନ୍ଦ ମାର୍ + ଅ = ମାର
ମୋଡ଼୍ + ଅ = ମୋଡ଼
ଅଣ ପ୍ରତ୍ୟୟ  
  ଝୁଲ୍ + ଅଣ = ଝୁଲଣ ଗଢ଼୍ + ଅଣ = ଗଢ଼ଣ
ଫୁଟ୍ + ଅଣ = ଫୁଟଣ
ଅଣା ପ୍ରତ୍ୟୟ  
  କାନ୍ଦ୍ + ଅଣା = କାନ୍ଦଣା ପିଟ୍ + ଅଣା = ପିଟଣା
ରାନ୍ଧ୍ + ଅଣା = ରାନ୍ଧଣା ବିଞ୍ଚ୍ + ଅଣା = ବିଞ୍ଚଣା
ଅଣି ପ୍ରତ୍ୟୟ  
  ଖଟ୍ + ଅଣି = ଖଟଣି ଲୋଟ୍ + ଅଣି = ଲୋଟଣି
ଚଳ୍ + ଅଣି = ଚଳଣି ରହ୍ + ଅଣି = ରହଣି
ଅନ୍ତା ପ୍ରତ୍ୟୟ  
  ଫେର୍ + ଅନ୍ତା = ଫେରନ୍ତା ଫୁଟ୍ + ଅନ୍ତା = ଫୁଟନ୍ତା
ଚଳ୍ + ଅନ୍ତା = ଚଳନ୍ତା ଉଡ଼୍ + ଅନ୍ତା = ଉଡ଼ନ୍ତା
ଜୀ + ଅନ୍ତା = ଜୀଅନ୍ତା ଜଳ୍ + ଅନ୍ତା = ଜଳନ
ଅନ୍ତି ପ୍ରତ୍ୟୟ  
  ଚଳ୍ + ଅନ୍ତି = ଚଳନ୍ତି ଖଟ୍ + ଅନ୍ତି = ଖଟନ୍ତି
ଫଳ୍ + ଅନ୍ତି = ଫଳନ୍ତି କହ୍ + ଅନ୍ତି = କହନ୍ତି୮
ଆ ପ୍ରତ୍ୟୟ  
  ବୁଣ୍ + ଆ = ବୁଣା ରାନ୍ଧ୍ + ଆ = ରନ୍ଧା
ଚିହ୍ନ୍ + ଆ = ଚିହ୍ନା ଛାଣ୍ + ଆ = ଛଣା
ଗଢ଼୍ + ଆ = ଗଢ଼ା ଖେଳ୍ + ଆ = ଖେଳା
ଆଣ ପ୍ରତ୍ୟୟ  
  ଫେଡ଼୍ + ଆଣ = ଫେଡ଼ାଣ ଉଠ୍ + ଆଣ = ଉଠାଣ
ମିଶ୍ + ଆଣ = ମିଶାଣ ଭାସ୍ + ଆଣ = ଭସାଣ
ଆଣି ପ୍ରତ୍ୟୟ  
  ଭାସ୍ + ଆଣି = ଭସାଣି ଗଡ଼୍ + ଆଣି = ଗଡ଼ାଣି
ବିନ୍ଧ୍ + ଆଣି = ବିନ୍ଧାଣି ଚାହଁ୍ + ଆଣି = ଚାହାଁଣି
ଉଠ୍ + ଆଣି = ଉଠାଣି ଶୁଣ୍ + ଆଣି = ଶୁଣାଣି
ଆଉ ପ୍ରତ୍ୟୟ  
  ଘେର୍ + ଆଉ = ଘେରାଉ ଚଢ୍‌଼ + ଆଉ = ଚଢ଼ାଉ
ଆଳି ପ୍ରତ୍ୟୟ  
  ରାନ୍ଧ୍ + ଆଳି = ରନ୍ଧାଳି ବାନ୍ଧ୍ + ଆଳି = ବନ୍ଧାଳି
କାଟ୍ + ଆଳି = କଟାଳି ଖେଳ୍ + ଆଳି = ଖେଳାଳି
ବୁଡ଼୍ + ଆଳି = ବୁଡ଼ାଳି ବିକ୍ + ଆଳି = ବିକାଳି
ଇ ପ୍ରତ୍ୟୟ  
  ଚାଲ୍ + ଇ = ଚାଲି ବୋଲ୍ + ଇ = ବୋଲି
ମେଳ୍ + ଇ = ମେଳି ଦୋଳ୍ + ଇ = ଦୋଳି
ଉଆ ପ୍ରତ୍ୟୟ  
  ପଢ଼୍ + ଉଆ = ପଢ଼ୁଆ ଲାଜ୍ + ଉଆ = ଲାଜୁଆ
ଲଢ଼୍ + ଉଆ = ଲଢୁଆ ଡର୍ + ଉଆ = ଡରୁଆ
ଉଆଳ ପ୍ରତ୍ୟୟ  
  ଖେଳ୍ + ଉଆଳ = ଖେଳୁଆଳ ରଖ୍ + ଉଆଳ = ରଖୁଆଳ
ଜଗ୍ + ଉଆଳ = ଜଗୁଆଳ
ଉଆଳି ପ୍ରତ୍ୟୟ  
  ଭାଗ୍ + ଉଆଳି = ଭାଗୁଆଳି ଜଗ୍ + ଉଆଳି = ଜଗୁଆଳି
ଉଣି ପ୍ରତ୍ୟୟ  
  ମାପ୍ + ଉଣି = ମାପୁଣି ଢାଙ୍କ୍ + ଉଣି = ଢାଙ୍କୁଣି
ରାନ୍ଧ୍ + ଉଣି = ରାନ୍ଧୁଣି ମାଗ୍ + ଉଣି = ମାଗୁଣି
ଉଣା ପ୍ରତ୍ୟୟ  
  ପା + ଉଣା = ପାଉଣା ଗା + ଉଣା = ଗାଉଣା
ଏଣି ପ୍ରତ୍ୟୟ  
  ଭାଳ୍ + ଏଣି = ଭାଳେଣି ବାଜ୍ + ଏଣି = ବାଜେଣି
ଜାଳ୍ + ଏଣି = ଜାଳେଣି କାଟ୍ + ଏଣି = କାଟେଣ
   
    

Important Links

  • Dictionary
  • Grammar
  • Word Book
  • Proverb
  • Translator
  • Online Odia Typing
Odia-English Dictionary

Odia-English Dictinary

 

Powerd by

More Links

  • About Us
  • Contact Us

© 2026. All right reserved.