Odia-English Online
Dictionary & Grammar

  • Home
  • Browse Word
  • Grammar
  • Input Tools
  • Translation
  • Proverbs
  • Word Book
Odia - English
Dictionary
  • Home
  • Dictionary
    • 1. Prasasaba Dictionary
    • 2. Shrimandir Dictionary
    • 3. Samalpuri Dictionary
  • Grammar
  • Browse Word
  • Word Book
  • Proverbs
  • Odia Translatations
  • Odia Typing
  • Lession [Trending]
  • TechDaily
Odia English


 

Main Word

Odia Grammar : Topic & Details

Topics
Odia Grammar
  • ବାକ୍ୟବିଚାର
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କୃଦନ୍ତ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

Odia Grammar
  • ବାକ୍ୟବିଚାର
  • ବାକ୍ୟର ପ୍ରକାର ଭେଦ
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

କାରକ
କ୍ରିୟା ସହିତ ଯାହାର ଅନ୍ୱୟ ହୁଏ, ତାହା କାରକ । କାରକଗୁଡ଼ିକ ବାକ୍ୟ ମଧ୍ୟରେ ଶବ୍ଦର ସ୍ଥାନ ଓ ସମ୍ବନ୍ଧ ସୂଚାଇଥାଏ । କାରକ ଶବ୍ଦର ମୂଳ ଧାତୁ 'କ' । ଏହାର
ଅର୍ଥ କରିବା । କାରକର ଆକ୍ଷରିକ ଅର୍ଥ, ଯେ କରେ । ଯେମିତିକି କ୍ଷତିକାରକ, ହିତକାରକ, ବଳ କାରକ । ବ୍ୟାକରଣରେ ଏହାର ଅର୍ଥ କ୍ରିୟା ସମ୍ବନ୍ଧ ବା ଅନ୍ୱୟ ।
ବାକ୍ୟରେ କ୍ରିୟା ପଦ ସହିତ ଯେଉଁ ପଦର ସମ୍ବନ୍ଧ ଥାଏ, ତାହାକୁ କାରକ କୁହାଯାଏ । କ୍ରିୟାପଦ ସହିତ ଯେଉଁ ବାକ୍ୟରେ ଥିବା ପଦମାନଙ୍କର ସମ୍ବନ୍ଧ ଛ' ପ୍ରକାର ହୋଇଥିବାରୁ କାରକ ମଧ୍ୟ ଛଅପ୍ରକାର - କର୍ତ୍ତା କାରକ, କର୍ମ କାରକ, କରଣ କାରକ, ସମ୍ପ୍ରଦାନ କାରକ, ଅପାଦାନ କାରକ ଓ ଅଧିକରଣ କାରକ । କାରକ ଏକ ବ୍ୟାକରଣିକ ପଦ । ଯିଏ କରେ ବା ଯାହା କାର୍ଯ୍ୟ ସଂପନ୍ନକାରୀ ସେ ବାକ୍ୟର କର୍ତ୍ତା । କର୍ତ୍ତା ସହ ଯେଉଁ ବ୍ୟାକରଣିକ ପ୍ରତ୍ୟୟ ଯୋଗ ହୁଏ ତାହା କାରକ । ବାକ୍ୟରେ ବ୍ୟବହାର ହେଉଥିବା ପଦଗୁଡ଼ିକ ମଧ୍ୟରେ ସଂପର୍କ ସ୍ଥାପନ କରି ବାକ୍ୟର ଉଦ୍ଦେଶ୍ୟକୁ ଜଣାଇବା ପାଇଁ କାରକଗୁଡ଼ିକୁ ଯୋଗ କରାଯାଏ ।
କର୍ତ୍ତାକାରକ ଆଶିଷ ବ୍ୟାକରଣ ପଢ଼ୁଛି ।
ଜଗନ୍ନାଥ ଦାସ 'ଭାଗବତ' ରଚନା କରିଥିଲେ ।
କର୍ମକାରକମାଆ ପୁଅକୁ ଡାକୁଛି ।
ଶିକ୍ଷକ ପିଲାମାନଙ୍କୁ ନନ୍ଦନ କାନନ ଦେଖାଇଲେ ।
କରଣକାରକ ଦିନନାଥ ତୂଳୀରେ ଚିତ୍ର ଆଙ୍କୁଛନ୍ତି ।
ରଘୁନାଥ ପଥରଦ୍ୱାରା ସୁନ୍ଦର ମୂର୍ତ୍ତି ଗଢ଼ନ୍ତି ।
ସମ୍ପ୍ରଦାନକାରକ ଭିକାରିକୁ ଖାଇବାକୁ ଦିଅ ।
ମୋ' କଲମ ମୋତେ ଫେରାଇଦିଅ ।
ଅପାଦାନକାରକଗଛରୁ ପତ୍ର ଝଡ଼ୁଛି ।
ଗଙ୍ଗା ହିମାଳୟରୁ ବାହାରିଛି ।
ଅଧିକରଣକାରକ ଶରତ ଋତୁରେ ଆକାଶ ନିର୍ମଳ ଦେଖାଯାଏ ।
ଗୋପାଳଚନ୍ଦ୍ର ପ୍ରହରାଜ ଓଡ଼ିଆ ଭାଷାର ଜଣେ ବିଦ୍ୱାନ୍ ବ୍ୟକ୍ତି ।
ବାକ୍ୟରେ ବ୍ୟବହାର ହେଉଥିବା ବିଶେଷ୍ୟବାଚକ କର୍ତ୍ତାପଦ ଗୁଡ଼ିକ ମଧ୍ୟରେ ସମ୍ପର୍କ ସ୍ଥାପନ କରି ଉଦ୍ଦେଶ୍ୟ ସୂଚିତ କରିବାପାଇଁ କାରକ ପ୍ରତ୍ୟୟଯୁକ୍ତ ହୋଇଥାଏା
ଓଡ଼ିଆରେ ଚାରିଟି କାରକ ପ୍ରତ୍ୟୟର ପ୍ରଚଳନ ଅଛି । କାରକ ପ୍ରୟୋଗରେ ଏକବଚନଓ ବହୁବଚନ ଭେଦଥାଏ । ଓଡ଼ିଆ କାରକ ପାଞ୍ଚପ୍ରକାର-କର୍ତ୍ତା କାରକ, କର୍ମକାରକ, ସମ୍ବନ୍ଧକାରକ, ଅପାଦାନକାରକ ଓ ଅଧିକରଣକାରକ । କର୍ତ୍ତାକାରକର  ପ୍ରତ୍ୟୟ ନାହିଁ, କର୍ମକାରକର ପ୍ରତ୍ୟୟ 'କୁ' ସମ୍ବନ୍ଧ କାରକରେ ପ୍ରତ୍ୟୟ 'ର' ଅପାଦାନକାରକରେପ୍ରତ୍ୟୟ 'ରୁ' ଓ ଅଧିକରଣ କାରକରେ ପ୍ରତ୍ୟୟ 'ରେ' । ଅବଶ୍ୟ ଓଡ଼ିଆରେବ୍ୟବହାର ହେଉଥିବା ବ୍ୟାକରଣିକ ପଦ ବା ଶବ୍ଦଗୁଡ଼ିକ ସଂସ୍କୃତ ଭାଷାରୁ ଆସିଛି । ତେଣୁ ଓଡ଼ିଆ ଭାଷାରେ ଏଗୁଡ଼ିକର ପ୍ରୟୋଗ ଅଧିକାଂଶ କ୍ଷେତ୍ରରେ ସଂସ୍କୃତ ନିୟମଦ୍ୱାରା ପ୍ରଭାବିତ । କାରକ ପ୍ରତ୍ୟୟଗୁଡ଼ିକ ବାକ୍ୟଗଠନରେ ବିଶେଷ୍ୟପଦ ସହିତ ଚାରିଟି ପଦ୍ଧତିରେ ଯୁକ୍ତ ହୋଇପାରନ୍ତି ।ଯେମିତିକି କ) ବିଶେଷ୍ୟପଦ+କାରକ ପ୍ରତ୍ୟୟ, ଖ) ବିଶେଷ୍ୟପଦ+ବଚନପ୍ରତ୍ୟୟ+କାରକପ୍ରତ୍ୟୟ, ଗ) ବିଶେଷ୍ୟପଦ+ ସ୍ଥାନୀୟ'ଠା' ପ୍ରତ୍ୟୟ+ କାରକ ପ୍ରତ୍ୟୟ, ଘ) ବିଶେଷ୍ୟପଦ+ ବିଭକ୍ତି ପ୍ରତ୍ୟୟ + କାରକପ୍ରତ୍ୟୟ । କାରକ ପ୍ରତ୍ୟୟଗୁଡ଼ିକ ବଦ୍ଧରୂପ ଓ ବିଭକ୍ତି ପ୍ରତ୍ୟୟଗୁଡ଼ିକ ମୁକ୍ତରୂପ ।
   

 

 

    

Important Links

  • Dictionary
  • Grammar
  • Word Book
  • Proverb
  • Translator
  • Online Odia Typing
Odia-English Dictionary

Odia-English Dictinary

 

Powerd by

More Links

  • About Us
  • Contact Us

© 2026. All right reserved.