| 4586 |
ଅଫଳୀ |
- Aphaḻī (ଦେ.ବିଣ.) - ଗର୍ଭଧାରଣ କରି ନ ଥିବା (ଗାଈ) (a cow) which has not yet conceived.
- ଯେଉଁ ଗଛରେ ଫଳ ଧରେ ନାହିଁ; ଅଣ୍ଡିରା ବା ବାଞ୍ଝ (ଗଛ) (a tree) Which does not bear fruit.
- ବନ୍ଧ୍ୟା (ସ୍ତ୍ରୀ); ବାଞ୍ଝୀ Barren (woman)
|
| 4587 |
ଅଫିକର |
- Aphikara (ଦେ.ବି.) - ସୁବିଧାର ଅଭାବ Want of opportunity.
- (ଦେ.ବିଣ.) - ଜୀବିକାହୀନ; ବେକାର Unemployed.
|
| 4588 |
ଅଫିଟା |
- Aphiṭā (ଦେ.ବିଣ.) - ଫିଟି ନ ଥିବା Not opened.
- ଅଫିଟା ଗଣ୍ଠି Stubborn knot
|
| 4589 |
ଅଫିଟାଖଣି |
- Aphitākhaṇi (ଦେ.ବି.) - ଯେଉଁ ଧାନ ଖଣି ଫିଟାଯାଇ ସେଥିରୁ ଧାନ ବାହାରି ନ ଥାଏ An under ground storage of paddy which has not yet been opened up.
- (ସ୍ନେହ ସମ୍ବୋଧନ; ଅଫିଟା ଖଣି ପରି) ଅତି ପ୍ରିୟ ଲୋକ One's dearest person.
|
| 4590 |
ଅଫିମ |
- Aphima (ସଂ) - (ଅହିଫେନ; ଅଫେନ; ସଫେନକ; ଆପୁକ) ମରିଯାଇଥିବା ଏକପ୍ରକାର ଶାକ ଗୁଳ୍ମ (ପୋସ୍ତ)ର ଫଳର କୋଷ ବା ବକଡ଼ାରୁ ବାହାରିବା କ୍ଷୀରକୁ ଶୁଖାଇ ରଖାଯିବା ଏକ ପ୍ରକାର ଅଠାଳିଆ କଳା ନିଶା ଦ୍ରବ୍ୟ Opium.
|