| 4596 |
ଅଫୁଟନ୍ତା |
- Aphuṭantā (ଦେ.ବିଣ.) - (ସଂ. ଅପ୍ରସ୍ଫୁଟିତ) କଢ଼ ଧରି ଥିବା ଅଥଚ ଫୁଲ ହୋଇ ନ ଥବା; ଅଫୁଟା; ଅପ୍ରସ୍ଫୁଟିତ (ଫୁଲ); ଅବିକସିତ Not in bloom (flower); in bud.
- ଯେଉଁ ଶସ୍ୟ ବା ଜିନିଷ ଫୁଟିବା କଥା କିନ୍ତୁ ଫୁଟି ନାହିଁ (ଉଦାହରଣ: ଭାତ ରାନ୍ଧିବା ବେଳେ ଚାଉଳ ଅଫୁଟନ୍ତା ରହିଯିବା) A grain or item that was supposed to cook or expand but failed to do so (for example: rice grains remaining uncooked or unswollen while cooking).
|
| 4597 |
ଅଫୁଟା |
- Aphuṭā (ଦେ.ବିଣ.) - (ସଂ. ଅପ୍ରସ୍ପୁଟିତ) ଫୁଟି ନ ଥିବା। (ଫୁଲ) Not in bloom (flower).
- (ସଂ. ଅସ୍ଫୁଟ) ଯାହା ପ୍ରକାଶିତ ବା ବ୍ୟକ୍ତ ହୋଇ ନାହିଁ That which has not come out or appeared. (ଯଥା- ଅଫୁଟା କଦଳୀ ମଞ୍ଜ)
- (ସଂ. ଅସ୍ଫୁଟ) ନିଆଁ ଉପରେ ବସି ଟକ୍ ଟକ୍ ହୋଇ ଫୁଟି ନ ଥିବା (ପାଣି ବା ଭାତ) (water or rice) Which has not yet boiled; not boiling.
- ବଘରା ବା ଫୁଟା ହୋଇ ନ ଥିବା (ତିଅଣ) (curry) Which has not been seasoned with boiling oil and spices.
- ଫୁଟିଯାଇ ନ ଥିବା ବା ଛିଦ୍ର ହୋଇ ନ ଥିବା (ପାତ୍ରାଦି) (spot) Which has got no hole.
|
| 4598 |
ଅଫୁଟିଲା |
- Aphuṭilā (ଦେ.ବିଣ.) - (ସଂ. ଅପ୍ରସ୍ଫୁଟିତ) କଢ଼ ଧରି ଥିବା ଅଥଚ ଫୁଲ ହୋଇ ନ ଥବା; ଅଫୁଟା; ଅପ୍ରସ୍ଫୁଟିତ (ଫୁଲ); ଅବିକସିତ Not in bloom (flower); in bud.
- ଯେଉଁ ଶସ୍ୟ ବା ଜିନିଷ ଫୁଟିବା କଥା କିନ୍ତୁ ଫୁଟି ନାହିଁ (ଉଦାହରଣ: ଭାତ ରାନ୍ଧିବା ବେଳେ ଚାଉଳ ଅଫୁଟନ୍ତା ରହିଯିବା) A grain or item that was supposed to cook or expand but failed to do so (for example: rice grains remaining uncooked or unswollen while cooking).
|
| 4599 |
ଅଫୁଟୀ |
- Aphuṭī (ଦେ.ବିଣ.) - (ସଂ. ଅପ୍ରସ୍ଫୁଟିତ) ଅଦୃଷ୍ଟରଜା; ଅରଜସ୍କା (ବାଳିକା) Unmenstruated.
- ଅପୁଷୀ; ଅପୁଷ୍ପବତୀ (ନାରୀ) (a woman) Who never had her menses.
|
| 4600 |
ଅଫୁଲା |
Also : [ ଅଫୁଲ୍ଲ ]
- Aphulla (ସଂ.ବିଣ.) - ଅପ୍ରସ୍ଫୁଟିତ; ଅବିକଶିତ Not in bloom.
|