| 4561 |
ଅପ୍ରିୟା |
- Apriyā (ସଂ.ବିଣ.) - ଅପ୍ରିୟର ସ୍ତ୍ରୀଲିଙ୍ଗ Feminine of Apriya.
- (ସଂ.ବି.) - ଅପ୍ରିୟବାଦିନୀ ସ୍ତ୍ରୀ; ତୁଣ୍ଡେଈ A termagant; a shrew.
- ଶିଙ୍ଗୀମାଛ A kind of small fish with spikes at the neck.
|
| 4562 |
ଅପ୍ରିଲ୍ |
Also : [ ଅପ୍ରେଲ୍, ଏପ୍ରିଲ୍ ]
- April (ବୈ.ବି.) - ଇଂରାଜି ଗଣନାରେ ମାର୍ଚ୍ଚମାସର ପରବର୍ତ୍ତୀ ମାସ The month of April.
|
| 4563 |
ଅପ୍ରୀତ |
- Aprīta (ସଂ.ବିଣ.) - ଅସନ୍ତୁଷ୍ଟ; ବିରକ୍ତ Dissatisfied; displeased.
- ଅପ୍ରୀତା - (ସ୍ତ୍ରୀ)
|
| 4564 |
ଅପ୍ରୀତି |
- Aprīti (ସଂ.ବି.) - ଅପଡ଼; ଅବନ; ଅସଦ୍ଭାବ Illfeeling; want of good feeling.
- ଅସନ୍ତୋଷ; ବିରକ୍ତି Displeasure; discontent.
- ଅସୁଖ Dislike.
- ବିବାଦ Dispute.
- ଅସୁକୁ; ଘୃଣା Aversion.
- ବିରୋଧ; ଶତ୍ରୁତା Enmity.
|
| 4565 |
ଅପ୍ରୀତିକର |
- Aprītikara (ସଂ.ବିଣ.) - ଯାହା ବିରକ୍ତି ବା ଅସନ୍ତୋଷ ଜନ୍ମାଏ Unpleasant; disagreeable.
- କର୍କଶ; କଠୋର Harsh.
- ଯାହା ମନରେ ଅସୁକୁ ଜନ୍ମାଏ; ଘୃଣାଜନକ Disgusting.
- କଷ୍ଟଦାୟକ Painful.
|