| 4551 |
ଅପ୍ରାମାଣିକ |
- Aprāmāṇika (ସଂ.ବିଣ.) - ଯାହା ପ୍ରମାଣସିଦ୍ଧ ନୁହେଁ Unauthentic; not proved.
- ପ୍ରମାଣାଭାବରୁ ଯାହା ଅଗ୍ରାହ୍ୟ Inacceptable for want of proof.
- ଯାହାକୁ ପ୍ରମାଣସ୍ୱରୁପ ଗ୍ରହଣ କରା ଯାଇ ନ ପାରେ That which cannot be accepted as proof of any matter.
- ଯାହା ନଜୀରରୁପେ ଗୃହୀତ ହୋଇ ନ ପାରେ Unauthoritative.
- ଯାହା ଘଟିବା ଅସମ୍ଭବ Improbable.
- ଯାହାକୁ କେହି ନଜୀରରୁପେ ଗ୍ରହଣ ବା ସ୍ୱୀକାର କରନ୍ତି ନାହିଁ Not accepted by people as an authority.
|
| 4552 |
ଅପ୍ରାମାଣ୍ୟ |
Also : [ ଅପ୍ରାମାଣିକ ]
- Aprāmāṇya (ସଂ.ବିଣ.) - ଯାହାକୁ ପ୍ରମାଣିତ କରା ଯାଇ ନ ପାରେ Unprovable.
- ଯାହା ପ୍ରମାଣସିଦ୍ଧ ନୁହେଁ Unauthentic; not proved.
- ପ୍ରମାଣାଭାବରୁ ଯାହା ଅଗ୍ରାହ୍ୟ Inacceptable for want of proof.
- ଯାହାକୁ ପ୍ରମାଣସ୍ୱରୁପ ଗ୍ରହଣ କରା ଯାଇ ନ ପାରେ That which cannot be accepted as proof of any matter.
- ଯାହା ନଜୀରରୁପେ ଗୃହୀତ ହୋଇ ନ ପାରେ Unauthoritative.
- ଯାହା ଘଟିବା ଅସମ୍ଭବ Improbable.
- ଯାହାକୁ କେହି ନଜୀରରୁପେ ଗ୍ରହଣ ବା ସ୍ୱୀକାର କରନ୍ତି ନାହିଁ Not accepted by people as an authority.
|
| 4553 |
ଅପ୍ରାସଙ୍ଗିକ |
- Aprāsaṅgika (ସଂ.ବିଣ.) - ପ୍ରସଙ୍ଗ ବହିର୍ଭୂତ Irrelevant.
- ଆଲୋଚିତ ପ୍ରସଙ୍ଗ ସଙ୍ଗେ ଯେଉଁ କଥାର ସମ୍ବନ୍ଧ ନାହିଁ Not touching the point at issue.
|
| 4554 |
ଅପ୍ରିଓଜନ |
- Apriojana (ଗ୍ରା.ବି.) - (ସଂ. ଅପ୍ରୟୋଜନ) ପ୍ରୟୋଜନର ଅଭାବ Absence of necessity.
- ଅପ୍ରୟୋଜନୀୟ; ଅନାବଶ୍ୟକ Unnecessary.
- ନିଷ୍ଫଳ Fruitless.
- ବୃଥା Vain.
|
| 4555 |
ଅପ୍ରିୟ |
- Apriya (ସଂ.ବିଣ.) - ଅପ୍ରୀତିକର; (ମନ, ଚକ୍ଷୁ, କର୍ଣ୍ଣାଦିର) ଅରୁଚିକର Unpleasant; disagreeable.
- ଅନଭିଳଷିତ Undesirable.
- ଅଶୁଭକର; ଅକଲ୍ୟାଣକର Inauspicious.
- ଅଶ୍ରଦ୍ଧେୟ Not liked.
- କର୍କଶ; କଠୋର Hard; harsh.
- ନିଷ୍ଠୁର Cruel.
- ଅସୁନ୍ଦର Not graceful.
- କୁତ୍ସିତ Ugly; nasty.
- (ସଂ.ବି.) - ଅଶୁଭ; ଅମଙ୍ଗଳ Evil.
- କ୍ଷତି Harm; injury.
- ନିନ୍ଦା Blame.
- ଅପ୍ରିୟା - (ସ୍ତ୍ରୀ)
- ଅପ୍ରିୟତା - (ବି.)
|