| 4506 |
ଅପ୍ରମିତ |
- Apramita (ସଂ.ବିଣ.) - ଅସୀମ Unbounded; limitless.
- ଅପରିମିତ; ଅମାପ Unmeasured.
- ଅସଂଖ୍ୟ Countless.
- ବହୁତ Much.
- ଅପ୍ରମାଣିତ Not proved.
- ନଜୀର ଦ୍ୱାରା ସିଦ୍ଧ ହୋଇ ନ ଥିବା Not established by authority.
|
| 4507 |
ଅପ୍ରମେୟ |
- Aprameya (ସଂ.ବିଣ.) - ଅମାପ Immeasurable.
- ଅପାର; ଅସୀମ Unlimited.
- ଅତି ଗଭୀର Unfathomable; inscrutable.
- ଅସଂଖ୍ୟେୟ Countless; incalculable.
- ଯାହା ପ୍ରମାଣ କରାଯାଇ ନ ପାରେ That which cannot be proved.
- ପ୍ରଚୁର; ଅପର୍ଯ୍ୟାପ୍ତ Abundant.
- ଅଜ୍ଞେୟ Unknowable.
- (ସଂ.ବି.) - ପରମେଶ୍ୱର God
|
| 4508 |
ଅପ୍ରଯତ୍ନ |
- Apraj̄atna (ସଂ.ବି.) - ଚେଷ୍ଟା ବା ଯତ୍ନର ଅଭାବ Want of exertion; absence of effort.
- ନିଶ୍ଚେଷ୍ଟତା; ଜଡ଼ତା Inertness.
- ବେପରେଇ; ଅପକ୍ଷପାତ Indifference.
- (ସଂ.ବିଣ.) - କୌଣସି ବିଷୟରେ ମମତା ବା ଆକାଂକ୍ଷାଶୂନ୍ୟ Apathetic or indifferent in any matter.
- ନିଶ୍ଚେଷ୍ଟ Not striving for.
|
| 4509 |
ଅପ୍ରଯୁକ୍ତ |
- Apraj̄ukta (ସଂ.ବିଣ.) - ଅଯୋଗ୍ୟ; ଅସଙ୍ଗତ Unsuitable.
- ଅନ୍ୟାୟ Illegal; unjust.
- ଅବ୍ୟବହାର୍ଯ୍ୟ Useless.
- ଯାହା ସାଧାରଣତଃ ବ୍ୟବହୃତ ହୁଏ ନାହିଁ Unusual.
- ଅନାଚରିତ Not practised.
- ଅବ୍ୟବହୃତ Not used or applied.
- ଅପଚଳିତ Not in use.
|
| 4510 |
ଅପ୍ରଯୁକ୍ତତା |
- Apraj̄uktatā (ସଂ.ବି.) - ଅସଙ୍ଗତି Unsuitability.
- ଅଯୋଗ୍ୟତା Unfitness; inappicability.
- ବ୍ୟବହାରାସଙ୍ଗତି; ଅସଙ୍ଗତ ବିଷୟର ପ୍ରୟୋଗ Application of unsuitable matters.
- ଅସାଧାରଣତା Unusualness.
- ଅଳଙ୍କାର ଶାସ୍ତ୍ରୋକ୍ତ ଶବ୍ଦଦୋଷବିଶେଷ A faulty composition consisting of the use of unusual words.
[ ଦ୍ର ] ଯେଉଁ ଶବ୍ଦ ଅଭିଧାନର ଅନ୍ତର୍ଗତ, କିନ୍ତୁ କବିମାନେ କେବେ ହେଁ ତାହା କାବ୍ୟାଦିରେ ବ୍ୟବହାର କରି ନାହାନ୍ତି ଏପରି ଶବ୍ଦର ପ୍ରୟୋଗ ହେଲେ ଅପ୍ରଯୁକ୍ତତା ଦୋଷ ହୁଏ। ଉପେନ୍ଦ୍ରଭଞ୍ଜଙ୍କ କବିତାରେ ଏହି ଦୋଷ ଭୂରି ଭୂରି ଦୃଷ୍ଟ ହୁଏ।
|