View Page

Category

ss

cat1

cat2

Dictionary : View_page

ID Main Word Content
4346 ଅପିବା
  1. Apibā  (କ୍ରି) - ପ୍ରାଦେ.(ଗଞ୍ଜାମ)  ରାଜି ହେବା; ମଙ୍ଗିବା To agree; to consent.
  2. ନିଜର ଦୋଷ ବା ଅପରାଧକୁ ମାନିବା; ସ୍ୱୀକାର କରିବା ଏକରାର କରିବା To admit or confess one's guilt.
4347 ଅପିଲ୍‌
  1. Apil (ବୈଦେ. ବି) - ନିମ୍ନ ଅଦାଲତ ବା ହାକିମଙ୍କ ରାୟ ବା ହୁକୁମ ବିରୋଧରେ ଉପରିସ୍ଥ ହାକିମଙ୍କଠାରେ ବିଚାର ପ୍ରାର୍ଥନା  Appeal to a higher court against the decision of a lower court.
  2. ନିମ୍ନ ଅଦାଲତଙ୍କ ଫଏସଲା ବିରୋଧରେ ଉପରିସ୍ଥ ଅଦାଲତଙ୍କଠାରେ ବିଚାର ପ୍ରାର୍ଥନା ପାଇଁ ଦାଏର୍ କରାଯିବା ମକଦ୍ଦମା An appeal; a case in which an appeal has been made to a higher court.
4348 ଅପିଲ ଅଦାଲତ

Also : [ ଅପିଲ କୋଟ୍‌ ]

  1. Apil adālata (ବୈଦେ. ବି) - ଅପିଲ ମକଦମା ବିଚାର କରିବା ହାକିମଙ୍କ କଚେରି Court house of an appellate court
  2. ଅପିଲ ବିଚାର କରିବା ହାକିମ The court of appeal; a judge sitting in apeal; appellate court.
4349 ଅପିଲ ଉଜୁହାତ୍‌

Also : [ ଅପିଲ ଖୁଲାସା ]

  1. Apil ujuhāt (ବୈଦେ. ବି) - (କଚିରିଆ; ଇଂ. ଆପ୍ପୀଲ ଓ ଫା. ଅଜୁହାତ୍) ଅପିଲ କରିବା ବ୍ୟକ୍ତି ତରଫରୁ ଅପିଲ ଦରଖାସ୍ତରେ ଲେଖାଥିବା ଦଫା ବା କାରଣମାନ Memo of appeal; a statment containing the grounds of appeal.
4350 ଅପିଲ କରିବା
  1. Apil karibā (ଦେ. କ୍ରି) - ନିମ୍ନ ଅଦାଲତଙ୍କ ଫଏସଲା ବିରୋଧରେ ତଦୁପରିସ୍ଥ ଅଦାଲତଙ୍କ ଦ୍ୱାରା ମକଦ୍ଦମାର ପୁନର୍ବିଚାର ପ୍ରାର୍ଥନା କରିବା To appeal.
Page 870 of 881



Advertisement

sksk