| 4341 |
ଅପିଆ ଅଖିଆ |
Also : [ ଅଖିଆ ଅପିଆ ]
- Apiā Akhiā (ଦେ.ବିଣ.) - ଯେ ଖାଦ୍ୟ ଖାଇ ନଥାଏ ଓ ଜଳପାନ କରି ନଥାଏ One who has not taken any food or drink.
|
| 4342 |
ଅପିଚ |
- Apicha (ସଂ.ଅ.) - ଏବଂ ମଧ୍ୟ; ଆହୁରି ମଧ୍ୟ And also.
- ଏବଂ ପୁନଶ୍ଚ And again.
|
| 4343 |
ଅପିତୁ |
- Apitu (ସଂ.ଅ.) - କିନ୍ତୁ ମଧ୍ୟ But also.
- ପରନ୍ତୁ On the other hand.
- କିନ୍ତୁ But.
- ପୁନଶ୍ଚ ମଧ୍ୟ And again.
- ଏବଂ ମଧ୍ୟ And also.
- ଯଦି If.
- ଯଦି ସୁଦ୍ଧା; ଯେବେ ବି Even if.
- ଯଦି ମଧ୍ୟ If also.
- ଆହୁରି ବି Besides; moreover.
|
| 4344 |
ଅପିଧାନ |
- Apidhāna (ସଂ.ବି.) - ତିରୋଧନ Disappearance.
- ସରପୋଷ୍ Lid.
- ଆଚ୍ଛାଦନ; ଘୋଡ଼ଣୀ; ଆବରଣ Covering.
[ ଦ୍ର ] ଏହି 'ଅପି' ଉପସର୍ଗ ଯୁକ୍ତ ପଦର 'ଅପି' ସ୍ଥାନରେ ବିକଳ୍ପରେ 'ପି' ହୁଏ, ଅର୍ଥାତ୍ ଅପିର ଅ ଲୋପ ହୁଏ; ଅପିଧାନର ବିକଳ୍ପରୂପ 'ପିଧାନ'।
|
| 4345 |
ଅପିନଦ୍ଧ |
- Apinaddha (ସଂ.ବିଣ.) - ପରିହିତ; ପିନ୍ଧାଯାଇ ଥିବା Worn; put on.
- ଦେହରେ ବନ୍ଧା ହୋଇଥିବା (ପୋଷାକ; ସାଞ୍ଜୁ; କୁର୍ତ୍ତା) Tide to the body.
[ ଦ୍ର ] ଏହି ଶବ୍ଦର ଅନ୍ୟ ରୂପ 'ପିନଦ୍ଧ'; 'ଅପି'ର ବିକଳ୍ପ ଆକାର ପି।
|