| 4726 |
ଅବତରଣିକା |
Also : [ ଅବତାରଣୀ ]
- Abataraṇikā (ସଂ.ବି.) - ସୋପାନ; ପାହାଚ Flight of steps.
- ଗ୍ରନ୍ଥର ଭୂମିକା; ଉପକ୍ରମଣିକା; ଗ୍ରନ୍ଥର ପୂର୍ବାଭାଷ Introduction to a book.
- ସମକକ୍ଷ : ଆମୁଖ, ପ୍ରସ୍ତାବନା, ପ୍ରାକ୍ କଥା, ପ୍ରାକ୍-ଭାଷ, ଭୂମିକା, ମୁଖବନ୍ଧ
|
| 4727 |
ଅବତରା |
- Abatarā (ଦେ.ବି.) - ଅବତରିବା କର୍ମ The act of Abataribā.
- (ଦେ.ବିଣ.) - ଯାହା ବତୁରି ନାହିଁ; ଯାହା ପାଣିରେ ପଡ଼ି ସମ୍ପୂର୍ଣ୍ଣରୂପେ ନରମ ବା ଭିଜା ହୋଇ ନାହିଁ Not fully moistened with water.
|
| 4728 |
ଅବତରିବା |
- Abataribā (ଦେ.କ୍ରି.) - ଅବତାର ଗ୍ରହଣ କରିବା; ଅବତାର ଗ୍ରହଣ କରି ପୃଥିବୀରେ ଜନ୍ମ ହେବା To be incarnated in the world.
- ଅବତୀର୍ଣ୍ଣ ହେବା; ଅବତରଣ କରିବା; ଓହ୍ଲାଇବା To descend; to get down; to alight.
- (ଦେବତା) ସ୍ୱର୍ଗରୁ ମଞ୍ଚକୁ ଓହ୍ଲାଇ ଆସିବା To descend from the heavens.
- ଦେବତାବିଷ୍ଟ ବ୍ୟକ୍ତି (କାଳିସୀ) ଦେବାଦେଶକୁ ପ୍ରକାଶ କରିବା To declare the commands of a Deity (said of a person said to be possessed of the spirit of a Deity).
- (ଲକ୍ଷଣାର୍ଥ) କ୍ରୋଧରେ ଉନ୍ମତ୍ତ ବା ଜ୍ଞାନଶୂନ୍ୟ ହୋଇ ଗାଳି ମନ୍ଦ କରିବା To rave in anger.
- ଜନ୍ମଲଭିବା; ଜନ୍ମିବା To be born.
|
| 4729 |
ଅବତାନ |
- Abatāna (ସଂ.ବିଣ.) - ବିସ୍ତାର Spreading; extension.
- ଆବରଣ; ଆଚ୍ଛାଦନ Covering.
- ଚନ୍ଦ୍ରାତପ Awning.
- ପଟମଣ୍ଡପ An open tent.
|
| 4730 |
ଅବତାର |
- Abatāra (ସଂ.ବି.) - ଅବତରଣ; ତଳକୁ ଓହ୍ଲାଇବା Descending.
- ପାରି ହେବା Crossing.
- ମନୁଷ୍ୟ ଓ ଜୀବାଦିର ମୂର୍ତ୍ତିଧାରଣ କରି ଦୁଷ୍ଟଦଳନ ଓ ଶିଷ୍ଟପାଳନାର୍ଥ ଦେବତାଙ୍କର ପୃଥିବୀରେ ଜନ୍ମଗ୍ରହଣ କରିବା; ଦେବତାଙ୍କର ପୃଥିବୀରେ ଅଭିବ୍ୟକ୍ତି Incarnation; appearance of a Deity on earth in shape of men or other animals.
- କୌଣସି ବସ୍ତୁ ପ୍ରତି ଲକ୍ଷ୍ୟ କରିବା Aiming at an object.
- ଅଭିବ୍ୟକ୍ତି; ପ୍ରାଦୁର୍ଭାବ; ବିକାଶ; ପ୍ରକାଶ Coming to existence.
- ପୁଷ୍କରିଣୀ ଆଦିର ଘାଟ Bathing-ghat.
- ପାରି ହେବା ଘାଟ Ferry; landing place.
- ସୋପାନ; ସିଡ଼ି; ପାହାଚ Flight of steps; ladder.
- ତୀର୍ଥ Sacred bathing-place.
- ପୁଷ୍କରିଣୀ Tank.
- ଜନ୍ମ Birth; advent; growth.
- ଅବତରଣିକା Introduction; preface.
- (ଦେ.ବି.) - କୌଣସି ବ୍ୟକ୍ତିଠାରେ ବସନ୍ତ (ଠାକୁରାଣୀ) ବାହାରିବା ପରେ ଦିବସର ସଂଖ୍ୟାପୂରଣ The days counted from the beginning of a person being attacked by small-pox. (ଯଥା - ବସନ୍ତ ବାହାରିବାର ଚତୁର୍ଥ ଦିନକୁ ଲୋକ ଚାରି ଅବତାର ବୋଲି କହନ୍ତି)
- (ଦେ.ବିଣ.) - ଜାତ; ଜନ୍ମଗ୍ରହଣ କରିଥିବା Born.
|