| 4721 |
ଅବତନ୍ୟ |
Also : [ ଅବତୀର୍ଣ୍ଣ ]
- Abatanya (ଗ୍ରା.ପଦ୍ୟ.) - ଓହ୍ଲାଇଥିବା Descended.
- ତଳକୁ ଉତୁରି ଥବା; ନିମ୍ନକୁ ଆଗତ Got down; alighted.
- ଆବିର୍ଭୂତ; ଉପସ୍ଥିତ Appeared.
- ଗୃହୀତାବତାର; ଅବତାର ଗ୍ରହଣ କରିଥିବା Incarnate.
- ଉତ୍ପନ୍ନ; ଜାତ Born.
- ଉର୍ତ୍ତୀର୍ଣ୍ଣ; ପାରି ହୋଇଥିବା Having crossed.
- ଅତିକ୍ରାନ୍ତ Passed over or by.
|
| 4722 |
ଅବତବ |
- Abataba (ଦେ.ବିଣ.) - ଉବୁଟୁବୁ; ଉବେଇଟୁବେଇ About to be drowned.
- ବ୍ୟତିବ୍ୟସ୍ତ; ବିପନ୍ନ Overwhelmed with calamity.
- ମୁମୂର୍ଷୁ Dying; about to die.
- ଅତ୍ୟନ୍ତ ଅବସାଦଯୁକ୍ତ; ଜଡ଼ୀଭୂତ Much pulled down; worn out; spent.
- (ଦେ.ବି.) - ମୁମୂର୍ଷୁ ଅବସ୍ଥା Dying condition.
- ଉବେଇ ଟୁବେଇ ଅବସ୍ଥା Drowning condition.
- ଅବତବ ହେବା Abataba hebā (ଦେ.କ୍ରି.) - ମୁମୂର୍ଷୁ ଅବସ୍ଥାପନ୍ନ ହେବା To be on the point of death; to be dying.
|
| 4723 |
ଅବତମସ |
- Abatamasa (ସଂ.ବି.) - ଅଳ୍ପ ଅନ୍ଧକାର Faint darkness.
[ ଉ ] ବ୍ୟାକରଣଗତ ପ୍ରୟୋଗ : ଏଠାରେ 'ଅବ' ଉପସର୍ଗଟି 'ଅଳ୍ପ' କିମ୍ବା 'ସାମାନ୍ୟ' ଅର୍ଥରେ ବ୍ୟବହୃତ ହୋଇଛି (ଯେପରି ଅବଗୁଣ୍ଠନ ବା ସାମାନ୍ୟ ପରଦା/ଘୋଡ଼ଣୀ ଏବଂ ଅବତମସ ବା ସାମାନ୍ୟ ଅନ୍ଧାର)।
|
| 4724 |
ଅବତର |
Also : [ ଅବତରଣ ]
- Abatara (ସଂ.ବି.) - ଅବରୋହଣ; ତଳକୁ ଓହ୍ଲାଇବା Getting down; alighting; descent; descending.
- ନଦୀ ଆଦି ପାରି ହେବା Crossing (a river).
- ଦେବତାଦିଙ୍କର ଭୂତଳରେ ଜନ୍ମଗ୍ରହଣ; ଅବତାର Incarnation; advent.
- ଜନ୍ମ ଗ୍ରହଣ Being born.
- ଯାନାଦିରୁ ଓହ୍ଳାଇ ଭୂମିରେ ପାଦ ପକାଇବା To alight from a conveyance.
- ଭୂମି ବତର ବା ଓଦା ନ ଥିବା ଅବସ୍ଥା Dry condition of the soil.
- (ଦେ.ବିଣ.) - ବର୍ଷା ପରେ ଓଦା ନ ଥିବା ବା ଶୁଖିଯାଇଥିବା (ଭୂମି) (land) From which the moisture has dried up after rain.
|
| 4725 |
ଅବତରଣ |
- Abataraṇa (ସଂ.ବି.) - ଅବରୋହଣ; ତଳକୁ ଓହ୍ଲାଇବା Getting down; alighting; descent; descending.
- ନଦ୍ୟାଦି ପାରି ହେବା Crossing (a river).
- ଦେବତାଦିଙ୍କର ଭୂତଳରେ ଜନ୍ମଗ୍ରହଣ; ଅବତାର Incarnation; advent.
- ଜନ୍ମ ଗ୍ରହଣ Being born.
- ଯାନାଦିରୁ ଓହ୍ଳାଇ ଭୂମିରେ ପାଦ ପକାଇବା To alight from a conveyance.
|