View Page

Category

ss

cat1

cat2

Dictionary : View_page

ID Main Word Content
4491 ଅପ୍ରବର୍ତ୍ତକ
  1. Aprabarttaka (ସଂ.ବିଣ.) - କାର୍ଯ୍ୟରୁ ନିବୃତ୍ତ Abstaining from action.
  2. ଯିଏ କୌଣସି ବିଷୟରେ ପ୍ରବର୍ତ୍ତନା ବା ଉତ୍ସାହ ଦିଏ ନାହିଁ One who does not offer encouragement or motivation regarding any matter.
  3. କାର୍ଯ୍ୟ କରିବାକୁ ଯେ ମତାଏ ନାହିଁ Not exciting to action.
  4. ମାନ୍ଦା; ଅଳସ; ଜଡ଼ Inert.
  • ଅପ୍ରବର୍ତ୍ତିକା - (ସ୍ତ୍ରୀ)
  • ପ୍ରବର୍ତ୍ତକ - (ବିପରୀତ)
4492 ଅପ୍ରବର୍ତ୍ତନ
  1. Aprabarttana (ସଂ.ବି.) - ନିବୃତ Abstention; cessation.
  2. କୌଣସି କାର୍ଯ୍ୟରେ ନ ଲାଗିବା Refraining from any action.
  3. କୌଣସି କାର୍ଯ୍ୟରେ ଲାଗିବା ପାଇଁ ନ ମତାଇବା Not exciting to any action.
  • ଅପ୍ରବୃତ୍ତ, ଅପ୍ରବର୍ତ୍ତିତ - (ବିଣ.)
4493 ଅପ୍ରବର୍ତ୍ତିତ
  1. Aprabarttita (ସଂ.ବିଣ.) - କାର୍ଯ୍ୟରେ ଲାଗିବା ପାଇଁ ଅନ୍ୟଦ୍ୱାରା ପ୍ରବର୍ତ୍ତିତ ହୋଇ ନ ଥିବା  Not excited to action by by some one.
  2. କାର୍ଯ୍ୟରୁ ନିବର୍ତ୍ତିଥିବା Abstaining from any action.
4494 ଅପ୍ରବାହ
  1. Aprabāha (ସଂ.ବିଣ.) - ସ୍ରୋତୋହୀନ; ଯହିଁରେ ସୁଅ ନ ଥାଏ  Currentless; stagnant.
  2. ସ୍ରୋତ ନ ଥିବା ଅବସ୍ଥା State of being stagnant; stagnation.
  • ଅପ୍ରବାହ (Downstream) ଶବ୍ଦର ସାଧାରଣତଃ ଦୁଇଟି ମୁଖ୍ୟ ଅର୍ଥ ରହିଛି:
  1. ନଦୀ ବା ଜଳସ୍ରୋତର ଗତି: ନଦୀ ଯେଉଁ ଦିଗକୁ ବହିଯାଏ, ସେହି ଅନୁକୂଳ ଦିଗକୁ ଅପ୍ରବାହ କୁହାଯାଏ (ସ୍ରୋତର ଅନୁକୂଳରେ) । 
  2. ଶିଳ୍ପ ଏବଂ ବ୍ୟବସାୟ: ଉତ୍ପାଦନ ପ୍ରକ୍ରିୟାର ଶେଷ ପର୍ଯ୍ୟାୟ, ଯେଉଁଠାରେ କଞ୍ଚାମାଲ ପ୍ରକ୍ରିୟାକରଣ ହୋଇ ଗ୍ରାହକଙ୍କ ପାଖରେ ପହଞ୍ଚେ (ଯେପରିକି ପେଟ୍ରୋଲିୟମ ଶିଳ୍ପରେ ତେଲ ବିଶୋଧନ ଏବଂ ବିକ୍ରି)
4495 ଅପ୍ରବୀଣ
  1. Aprabīṇa (ସଂ.ବିଣ.) - ଅପଟୁ Unskilful.
  2. ଅନନୁଭବୀ; ଯେ ବୋଧା ନୁହେ Inexperienced.
  • ଅପ୍ରବୀଣା - (ସ୍ତ୍ରୀ)
  • ଅପ୍ରବୀଣତା - (ବି.)
Page 899 of 933



Advertisement

sksk