| 4481 |
ଅପ୍ରତୀତ |
- Apratīta (ସଂ.ବିଣ.) - ଯାହା ବିଶ୍ୱାସ କରାଯାଇ ନାହିଁ Not relied on; not trusted.
- (ଅଦୃଶ୍ୟ ବା ଅପ୍ରକାଶିତ) ଯାହା ସାମ୍ନାକୁ ଆସିନାହିଁ ବା ଦେଖାଯାଉ ନାହିଁ Invisible or undisclosed: That which has not come to light or is not visible.
- (ଅବିଶ୍ୱାସ୍ୟ) ଯାହାକୁ ସହଜରେ ବିଶ୍ୱାସ କରାଯାଇପାରେ ନାହିଁ (ଯାହାର ପ୍ରତୀତି ବା ବିଶ୍ୱାସ ହେଉନାହିଁ) Unbelievable: That which cannot be easily believed (or that which defies belief).
- (ଅପ୍ରସିଦ୍ଧ) ଯାହା ଲୋକଲୋଚନକୁ ଆସିନାହିଁ ବା ପ୍ରସିଦ୍ଧି ଲାଭ କରିନାହିଁ Obscure or unknown: That which has not come to public attention or gained fame.
|
| 4482 |
ଅପ୍ରତୀତତା |
- Apratītatā (ସଂ.ବି.) - (ଅଳଙ୍କାର ଶାସ୍ତ୍ର) ରଚନାର ଦୋଷ ବିଶେଷ (Rhetoric) A defect in composition.
[ ଦ୍ର-୧ ] କୌଣସି ବିଶେଷ ଶାସ୍ତ୍ରରେ ପ୍ରଯୁକ୍ତ ଶବ୍ଦକୁ ଯେବେ ଅନ୍ୟ ଶାସ୍ତ୍ର ବା ଗ୍ରନ୍ଥରେ ପ୍ରୟୋଗ କରାଯାଏ ତେବେ ତାହାକୁ ଅପ୍ରତୀତତା କହନ୍ତି। [ଅଳଙ୍କାରତରଙ୍ଗିଣୀ - କୁଳମଣି]
[ ଦ୍ର-୨ ] ଅଳଙ୍କାର ବୋଧୋଦୟ ପୁସ୍ତକ ଅନୁସାରେ, ଯଦି କବିତାରେ ସାଧାରଣ ଗଉଡ଼ ବା ଗୋପାଳର ଶୋଇବା ପାଇଁ 'ପହୁଡ଼' ଶବ୍ଦର ପ୍ରୟୋଗ କରାଯାଏ, ତେବେ ସେଠାରେ ଅପ୍ରତୀତତ୍ୱ ଦୋଷ ଘଟେ । କାରଣ 'ପହୁଡ଼' ଶବ୍ଦଟି କେବଳ ଦେବଦେବୀ କିମ୍ବା ବଡ଼ଲୋକଙ୍କ ନିଦ୍ରା ସମୟ ପାଇଁ ହିଁ ଲୋକମାନଙ୍କ ମଧ୍ୟରେ ପ୍ରତୀତ (ପରିଚିତ), ସାଧାରଣ ବ୍ୟକ୍ତିଙ୍କ ପାଇଁ ଏହା ଅପ୍ରତୀତ ।
|
| 4483 |
ଅପ୍ରତୀତି |
- Apratīti (ସଂ.ବି.) - ଅବିଶ୍ୱାସ; ବିଶ୍ୱାସର ଅଭାବ; ଅନାସ୍ଥା Want of trust or reliance; incredulity; disbelief.
- ସନ୍ଦେହ Doubt.
- ମନରେ ଦୃଢ଼ ଧାରଣାର ଅଭାବ Lack of a distinct notion.
|
| 4484 |
ଅପ୍ରତୀପ |
- Apratīpa (ସଂ.ବିଣ.) - ଯେ ଜିଦିଖୋର୍ ନୁହେଁ Not obstinate.
- ପରସ୍ପର ବିରୋଧୀ ହୀନ Not contradictorty.
- (ସଂ.ବି.) - (ନାମ) ବିଷ୍ଣୁପୁରାଣୋକ୍ତ ମଗଧର ରାଜାବିଶେଷ Name of an an ancient king of Magadha.
|
| 4485 |
ଅପ୍ରତୁଳ |
- Apratuḻa (ସଂ.ବିଣ.) - ଅଭାବ, ଅପର୍ଯ୍ୟାପ୍ତ, କମ୍ ବା ଯେତିକି ଦରକାର ସେତିକି ନଥିବା Insufficient, Scarce, or Deficient.
- ଅପ୍ରଚୁର Insufficient.
- ଅନୁପମ Incomparable.
- ନଅଣ୍ଟ Inadequate.
- ଅପରିମିତ; ବେହଦ୍ଦ୍ Immeasurable.
- (ସଂ.ବି.) - ଅପ୍ରଚୁରତା Insufficiency.
- ଅଭାବ Want.
- ଅନାଟନ Inadequacy.
- ଅସଙ୍ଗତି Want of means.
- ଓଜନର ଅଭାବ Want of weight.
|