| 4471 |
ଅପ୍ରତିରଥ |
- Apratiratha (ସଂ.ବିଣ.) - ପ୍ରତିଯୋଧହୀନ; ଯାହା ସଙ୍ଗେ ପ୍ରତିଦ୍ୱନ୍ଦ୍ୱୀ ହେବା ଭଳି କେହି ଯୋଦ୍ଧା ନାହିଁ Having no warrior to rival him; unrivalled (warrior)
- (ସଂ.ବି.) - ଋଷିବିଶେଷ Name of a Sage.
- ଯୁଦ୍ଧଯାତ୍ରା କାଳରେ ବୋଲାଯିବା ମଙ୍ଗଳାଚରଣ Benedictory song recited when a warrior starts for the fight.
- ସାମବେଦୋକ୍ତ ପ୍ରାସ୍ଥାନିକ ମନ୍ତ୍ର (ଅପ୍ରତିରଥ ଋଷିଙ୍କର ଚିତ୍ର) Auspicious incantations of the Sāma Beda recited on the occasion of starting for a specific object.
|
| 4472 |
ଅପ୍ରତିରୁଦ୍ଧ |
- Apratiruddha (ସଂ.ବିଣ.) - ଅପ୍ରତିହତ; ଅନିବାରିତ Unobstructed.
|
| 4473 |
ଅପ୍ରତିରୂପ |
- Apratirupa (ସଂ.ବିଣ.) - ଅନୁପମ Incomparable.
- ଅଦ୍ୱିତୀୟ Unique.
- ଅପ୍ରତିଦ୍ୱନ୍ଦ୍ୱୀ Unrivalled.
|
| 4474 |
ଅପ୍ରତିସିଦ୍ଧ |
- Apratishiddha (ସଂ.ବିଣ.) - ଅନିଷିଦ୍ଧ; ଯାହାକୁ କେହି ମନା କରି ନାହିଁ Not prevented.
|
| 4475 |
ଅପ୍ରତିଷେଧନୀୟ |
- Apratishedhaniya (ସଂ.ବିଣ.) - ଅନିବାର୍ଯ୍ୟ Unavoidable.
- ଯାହାକୁ ପ୍ରତିରୋଧ କରାଯାଇପାରିବ ନାହିଁ ବା ଯାହାକୁ ଅଟକାଇବା ଅସମ୍ଭବ That which cannot be resisted or is impossible to stop.
- ଯାହାକୁ ଟାଳି ହେବନାହିଁ That which cannot be averted
|