| 4756 |
ଅବଧପୁରୀ |
- Abadhapurī (ଦେ.ବି.) - ଅଯୋଧ୍ୟାନଗର The town of Aj̄odhyā.
- ଉତ୍ତରପ୍ରଦେଶର ସରଜୁ (ସରଯୂ) ନଦୀ କୂଳରେ ଅବସ୍ଥିତ ଅଯୋଧ୍ୟା ନଗରୀର ପ୍ରାଚୀନ ନାମ The ancient name of the city of Ayodhya, located on the banks of the Sarju (Sarayu) river in Uttar Pradesh
|
| 4757 |
ଅବଧରିବା |
- Abadharibā (ଦେ.କ୍ରି.) - (ଆଦେଶ) ପାଳନକରିବା To obey.
- କାହାର କଥା ବା ଉପଦେଶକୁ ସ୍ମରଣ ରଖିବା To remember someone's words or advice.
|
| 4758 |
ଅବଧାନ୍ |
- Abadhān (ଦେ.ଅ.) - (ଅବଧାନ=ମନୋଯୋଗ; ସମ୍ବୋଧିତ ବ୍ୟକ୍ତିଙ୍କର ମନୋଯୋଗ ଆକର୍ଷଣ କରିବାରେ ବ୍ୟବହୃତ ଶବ୍ଦ) ମାନ୍ୟ ବ୍ୟକ୍ତିଙ୍କୁ ସମ୍ବୋଧନ କରିବାରେ ବ୍ୟବହୃତ ହେ ମହାଶୟ (Interjection) Sir.
- ଶୁଣିବାକୁ ଆଜ୍ଞା ହେଉ; ଅବଧାନକୁ ଆସୁ May it please you; may you be pleased to hear.
- ହେ ମହାଶୟ ଶୁଣ Please hear, Sir.
- ଶୂଦ୍ରମାନେ ବ୍ରାହ୍ମଣଙ୍କୁ ବା ସମ୍ମାନନୀୟ ବ୍ୟକ୍ତିଙ୍କୁ ନମସ୍କାର କରିବାବେଳେ ଉଚ୍ଚାରିତ) ନମସ୍କାର (uttered by a Ṡūdra while bowing to a Brāhmaṇa) Good morning.
- (ମାନନୀୟ ବ୍ୟକ୍ତିଙ୍କ ପ୍ରଦତ୍ତ ଆଦେଶକୁ ଶିରୋଧାର୍ଯ୍ୟ କରିବାପାଇଁ ନିମ୍ନତର ବ୍ୟକ୍ତିର ପ୍ରତିଶ୍ରୁତି) ଯେ ଆଜ୍ଞା (used by a person promising to carry out the order given by his superior) Yes sir.
- (ମାନ୍ୟ ବ୍ୟକ୍ତି ବା ପ୍ରଭୁଭୃତ୍ୟକୁ ଡାକିଲେ ଭୃତ୍ୟ ଦେବା ପ୍ରତ୍ୟୁତ୍ତର; ଆଜ୍ଞା ! ମୁଁ ସାବଧାନ ଅଛି; ଆପଣ କଅଣ ଆଜ୍ଞା କରିବେ କରନ୍ତୁ (Used by a servant in responding to the call of the master) Yes, sir !
|
| 4759 |
ଅବଧାନ |
- Abadhāna (ସଂ.ବି.) - ଅଭିନିବେଶ; ମନୋଯୋଗ Attention.
- ଚିତ୍ତର ଏକାଗ୍ରତା Concentration of mind.
- (ଦେ.ବି.) - ମନୋଯୋଗପୂର୍ବକ ଶ୍ରବଣ Hearing with attention.
- ଅନୁଗ୍ରହ Favour.
- ଚାଟଶାଳୀର ଶିକ୍ଷକ Teacher of a primary school.
- ଦୃଷ୍ଟି; ଦର୍ଶନ Seeing; viewing.
- (ଏହି ଜାତିର ଲୋକେ ଚାଟଶାଳୀର ଶିକ୍ଷକତା କରୁଥିବାରୁ) ମାଟିବଂଶ ନାୟକ ଜାତି A caste of village school master.
- ଜ୍ୟୋତିଷ ବା କ୍ଷିତିବଂଶ ନାୟକ (ଏମାନେ ଜ୍ୟୋତିଃଶାସ୍ତ୍ର ଗଣନା ବ୍ୟବସାୟ କରନ୍ତି) A caste of astrologers.
- ସମ୍ମାନ; ମର୍ଯ୍ୟାଦା Honour; respect.
- (ଦେ.ବିଣ.) - ସାବଧାନ; ହୁସିଆର Cautious.
- ମନୋଯୋଗୀ Attentive.
|
| 4760 |
ଅବଧାନ କରିବା |
- Abadhāna karibā (ଦେ.କ୍ରି.) - ମନୋଯୋଗପୂର୍ବକ ଶୁଣିବା To hear with attention.
- (ଶିଷ୍ଟତାମୂଳକ ବ୍ୟବହାର; ମାନ୍ୟ ବ୍ୟକ୍ତିଙ୍କ ପ୍ରତି) ଅନୁଗ୍ରହପୂର୍ବକ କୌଣସି କାର୍ଯ୍ୟ କରିବା (ଯଥା - ଦେବା; ନେବା; ଯିବା; ଆସିବା; କହିବା ଇତ୍ୟାଦି।) (a term of civility) To do a thing as a favour; to be pleased to do a thing; to be kind enough to do a thing.
- ଅନୁଗ୍ରହ ଦେଖାଇବା To show favour.
- ଅନୁଗ୍ରହଣ ପୂର୍ବକ ଶୁଣିବା To condescend to hear.
- ଆଜ୍ଞା କରିବା; କହିବା To order; to speak out.
|