| 4706 |
ଅବଜ୍ଞାନ |
- Abajn̄āna (ସଂ.ବି.) - ଅବମାନନା; ଅପମାନ Insult.
- ବେଖାତିର; ଉପେକ୍ଷା; ଅନାଦର Disregard; slight; neglect.
- ଅବଜ୍ଞାକରଣ Disregarding; insulting; disobeying.
|
| 4707 |
ଅବଜ୍ଞେୟ |
- Abajn̄eya (ସଂ.ବିଣ.) - ଅବଜ୍ଞାର ପାତ୍ର; ଅନାଦରଣୀୟ Fit to be disregarded or disesteemed.
- ଉପେକ୍ଷଣୀୟ Negligible.
- ଘୃଣ୍ୟ Centemptible; despicable.
|
| 4708 |
ଅବଜ୍ଞୋପହତ |
- Abajn̄opahata (ସଂ.ବିଣ.) - ଘୃଣାସହକାରେ ବ୍ୟବହୃତ; ଅବମାନିତTreated with contempt; humiliated.
|
| 4709 |
ଅବଞ୍ଚା |
- Aban̄chā (ଦେ./ପ୍ରାଚୀନ ପଦ୍ୟ ବି.) - ନ ବଞ୍ଚିବା; ମରଣ Death.
- 'ବଞ୍ଚା' (ଜୀବିତ) ଶବ୍ଦର ବିପରୀତ ଭାବରେ ଯଦି 'ଅ' ଉପସର୍ଗ ଯୋଡ଼ାଯାଇଥାଏ, ତେବେ ଏହାର ଅର୍ଥ ଯିଏ ଜୀବିତ ନାହିଁ If the prefix 'a' is added as opposed to the word 'bancha' (living), then it means one who is not alive.
|
| 4710 |
ଅବଟ |
Also : [ ଅବଟି, ଅବଟୀ ]
- Abaṭa (ସଂ.ବି.) - (ଅବ ଧାତୁ=ରକ୍ଷାକରିବା+ଅଧିକରଣେ. ଅଟେ; ଯହିଁରେ ପଶି ଶୃଗାଳାଦି ପ୍ରାଣୀ ନିଜକୁ ରକ୍ଷା କରନ୍ତି) ଭୂଗର୍ଭରେ ଥିବା ଗାତ Pit in the ground.
- ଗର୍ତ୍ତ; ଗାତ Hole.
- ଦେହରେ ଖାଲ ହୋଇଥିବା କୌଣସି ଅଂଶ Any depressed part of the body.
- ଝରପୂଜା Sinus.
- ଦାନ୍ତରେ ହେବା ଗର୍ତ୍ତ A hole in a tooth.
- କୂପ Well.
- ଅକୃତ୍ରିମ ଗର୍ତ୍ତ A natural pit.
- କୃତିମ ଗାତ A pit dug by man.
- ଶରୀରରେ ବ୍ରଣ ବା କ୍ଷତାଦିଜନିତ ଦାଗ A scar or sore on the body.
- ଐନ୍ଦ୍ରଜାଲିକ; କୁହକୀ A sorcerer; magician.
|