View Page

Category

ss

cat1

cat2

Dictionary : View_page

ID Main Word Content
4536 ଅପ୍ରାକରଣିକ
  1. Aprākaraṇika (ସଂ.ବିଣ.) - ଅପ୍ରାସଙ୍ଗିକ; ଆଲୋଚିତ ବିଷୟ ସଙ୍ଗେ ସମ୍ବନ୍ଧ ହୀନ Irrelevant; impertinent; not to the point.
  2. ଅପ୍ରସ୍ତାବିତ Not proposed.
  3. ପ୍ରସ୍ତାବର ବହିର୍ଭୂତ Beyond the limit of a proposal.
  • ଅପ୍ରାକରଣିକତା - (ବି.)
4537 ଅପ୍ରାକୃତ
  1. Aprākṛuta (ସଂ.ବିଣ.) - ଅସାଧାରଣ; ଅସମାନ୍ୟ Uncommon; extraordinary.
  2. ଅସ୍ୱାଭାବିକ; ଅନୈସର୍ଗିକ Unnatural; artificial.
  3. ଯାହା ସାଧାରଣ କଥିତ ଭାଷାର ଅନ୍ତର୍ଗତ ନୁହେଁ Not appertaining to the spoken language or vernacular.
  4. ଅପ୍ରକୃତ; ଅବାସ୍ତବ Unreal; not actual.
4538 ଅପ୍ରାକୃତିକ
  1. Aprākṛutika (ସଂ.ବିଣ.) - ଅସ୍ୱାଭାବିକ Unnatural.
  2. ଯାହା ପ୍ରକୃତିର ନିୟମ ବା ସହଜ ଗତି ବିରୋଧୀ Contrary to the laws of nature or the natural course of events.
  3. ମନୁଷ୍ୟକୃତ ବା ଯାହା ପ୍ରାକୃତିକ ଭାବେ ସୃଷ୍ଟି ହୋଇନାହିଁ Man-made, or not naturally created.
  4. ସାଧାରଣ ନିୟମ ବା ବ୍ୟବହାରଠାରୁ ଭିନ୍ନ Different from the usual rule or practice.
4539 ଅପ୍ରାକୃତିକ ସହବାସ
  1. Aprākṛutika sahabāsa (ସଂ.ବି.) - ଗୁହ୍ୟଦ୍ୱାର ବା ମୁଖବିବର ବା ପଶ୍ୱାଦି ଯୋନିରେ ସହବାସ ଆଦି ଅସ୍ୱାଭାବିକ ଉପାୟରେ କାମପ୍ରବୃତ୍ତି ଚରିତାର୍ଥକରଣ Unnatural offence; sodomy.

[ ଦ୍ର ]  ଏହା ଭାରତୀୟ ଦଣ୍ଡବିଧି ଆଇନର ବିଧାନ (377 ଦଫା) ଅନୁସାରେ ଗୋଟିଏ ଗୁରୁତର ଅପରାଧ ଓ ଏଥିପାଇଁ ଦଣ୍ଡ ମଧ୍ୟ ଗୁରୁତର।]

4540 ଅପ୍ରାଗ୍ର୍ୟ
  1. Aprāgrya (ସଂ.ବିଣ.) - ଅପ୍ରଧାନ; ଗୌଣଜSecondary.
Page 908 of 933



Advertisement

sksk