View Page

Category

ss

cat1

cat2

Dictionary : View_page

ID Main Word Content
4401 ଅପେକ୍ଷକ
  1. Apekshaka (ସଂ.ବିଣ.) - ଅପେକ୍ଷାକାରୀ; ଯେ ଅପେକ୍ଷା କରେ Waiting.
  • ଅପେକ୍ଷିକା - (ସ୍ତ୍ରୀ)
4402 ଅପେକ୍ଷଣୀୟ
  1. Apekshaṇīya  (ସଂ.ବିଣ.) - ଅପେକ୍ଷାଯୋଗ୍ୟ; ଯାହାକୁ ଅପେକ୍ଷା କରାଯାଇ ପାରେ  Which can be awaited.
4403 ଅପେକ୍ଷା
  1. Apekshā  (ସଂ.ବି.) - ପ୍ରତୀକ୍ଷା Awaiting; waiting.
  2. ବାସନା; ଇଚ୍ଛା; ଆକାଙ୍କ୍ଷା Desire; wish.
  3. ଆଶା; ଭରସା Hope; expectation.
  4. ଅନୁରୋଧ Request.
  5. ସମ୍ଭ୍ରମ; ସମ୍ମାନ; ଖାତିରି Respect; regard.
  6. ପ୍ରାର୍ଥନା Prayer; solicitation.
  7. ପର୍ଯ୍ୟବେକ୍ଷଣ Observation.
  8. ତୁଳନା Comparison.
  9.  (ଦେ.ଅ.) - (ପଞ୍ଚମୀ ବିଭକ୍ତିର ଚିହ୍ନ ସ୍ୱରୂପ ବ୍ୟବହୃତ) (ତୁଳନାର୍ଥକ) ଠାରୁ Than.
  10. ତୁଳନାରେ In comparison with.
4404 ଅପେକ୍ଷା କରିବା
  1. Apekshā karibā  (ଦେ.କ୍ରି.) - କୌଣସି କାର୍ଯ୍ୟ ବା ବ୍ୟକ୍ତି ପାଇଁ କିଛିକ୍ଷଣ ଚାହିଁ ରହିବା To wait; to await.
4405 ଅପେକ୍ଷାକୃତ
  1. Apekshākṛut (ସଂ.ବିଣ.) - ତୁଳନାରେ (ଅଧିକତର ବା ଅଳ୍ପତର) (more or less) In comparison; comparatively.
  2. ପ୍ରଥମ ବସ୍ତୁ ବା ବ୍ୟକ୍ତି ସଙ୍ଗେ ଦ୍ୱିତୀୟ ବସ୍ତୁ ବା ବ୍ୟକ୍ତିର ତୁଳନା କରାଯିବାରେ when compared to a thing or person previously mentioned.

 [ ଉ ] କ ଖ ମଧ୍ୟରେ କ ଅପେକ୍ଷାକୃତ ସୁନ୍ଦର ଅର୍ଥାତ୍ ଖ ଅପେକ୍ଷା କ ସୁନ୍ଦରତର।]

Page 881 of 933



Advertisement

sksk