View Page

Category

ss

cat1

cat2

Dictionary : View_page

ID Main Word Content
4296 ଅପାତ୍ର

Also : [ ଅପାତ୍ରକ ]

  1. Apātra (ସଂ.ବି.) - ଅଯୋଗ୍ୟ ପାତ୍ର ବା ବ୍ୟକ୍ତି An undeserving or unfit person.
  2. ଦାନ ବା ଅନୁଗ୍ରହର ଅଯୋଗ୍ୟ ଲୋକ A person not deserving a gift or favour; undeserving receipient.
  3. ଅସତ୍ ଲୋକ Bad person.
  4. ନିକୃଷ୍ଟ ପାତ୍ର An inferior receptacle.
  5. ଅଯୋଗ୍ୟ Unfit; undeserving.
4297 ଅପାତ୍ରଦାନ
  1. Apātradāna (ସଂ.ବି.) - ଅଯୋଗ୍ୟ ବ୍ୟକ୍ତିକୁ ଦାନ Gift made to an undeserving person.
4298 ଅପାତ୍ରୀକରଣ
  1. Apātrīkaraṇa (ସଂ.ବି.) - ହିନ୍ଦୁ ସ୍ମୃତିବର୍ଣ୍ଣତ ପାପବିଶେଷ A class of sin. (e.g. a Brāhmạna receiving gift from a person of low caste; a Brāhmaṇa earning his livelihood by following prohibited occupations.)

 [ ଦ୍ର ] ବ୍ରାହ୍ମଣ ପକ୍ଷରେ ନିନ୍ଦିତ ବ୍ୟକ୍ତିଠାରୁ ଧନଗ୍ରହଣ, ନିଷିଦ୍ଧ ବ୍ୟବସାୟ (ଯଥା - ବାଣିଜ୍ୟ ଦ୍ୱାରା ଜୀବିକା ନିର୍ବାହ), ଶୂଦ୍ରସେବା, ମିଥ୍ୟାଭାଷଣ ଏହି ଚାରି ପ୍ରକାର ପାପ - ନିନ୍ଦିତେଭ୍ୟୋ ଧନାଦାନଂ ବାଣିଜ୍ୟ ଶୂଦ୍ରସେବନଂ। ଅପାତ୍ରୀ କରଣଂ ଜ୍ଞେଦମସତ୍ୟସ୍ୟ ତ ଭାଷଣଂ - ରାମଶଙ୍କର (ମନୁ 11।70)

4299 ଅପାଦାନ
  1. Apādāna (ସଂ.ବି.) - ଯାହାଠାରୁ କୌଣସି ବସ୍ତୁ ଗୃହୀତ ହୁଏ The original source from which a thing is taken.
  2. (ବ୍ୟାକରଣ) କାରକବିଶେଷ; ୫ମୀ ବିଭକ୍ତିର କାରକ; ଯେଉଁଠାରୁ କୌଣସି ବ୍ୟକ୍ତି, ବସ୍ତୁ ବା କାର୍ଯ୍ୟ ଚଳିତ, ଗୃହୀତ ପ୍ରାପ୍ତ ଆଦି ହୁଏ। (Grammar) Ablative case.

 [ ଦ୍ର ]  ଏଥିର ଚିହ୍ନ ରୁ, ଠାରୁ, ଉ, ହୁଁ, ଠୁ, ଠୁଁ, ଥୁଁ, ଥିରୁ ଇତ୍ୟାଦି।

4300 ଅପାନ
  1. Apāna (ସଂ.ବି.) - ଶରୀର ମଧ୍ୟସ୍ଥ ପାଞ୍ଚ ପ୍ରାଣବାୟୁରୁ ଏକତମ One of the five vital airs inside the system.
  2. ଅଧୋବାୟୁ Wind passing through the anus.
  3. ଗୁହ୍ୟଦ୍ୱାର Anus.
  4. (ସଂ. ଆପାନ=ପିଇବା) ପିଇବା, ପାନ Drinking.

 [ ଦ୍ର ] ଏହା ଗୁହ୍ୟଦ୍ୱାରର ଚାରି ଆଙ୍ଗୁଳ ମଧ୍ୟରେ ଥାଏ; ଅନ୍ୟ ଚାରି ପ୍ରାଣବାୟୁର ନାମ - ପ୍ରାଣ, ବ୍ୟାନ୍ନ, ଉଦାନ ଓ ସମାନ।

Page 860 of 933



Advertisement

sksk