| 4286 |
ଅପାଟବ |
- Apāṭaba (ସଂ.ବି.) - ଅପଟୁତା Unskilfulness.
- ଅସୌନ୍ଦର୍ଯ୍ୟ Inelegance; awkwardness.
- ଜଡ଼ତା Inaction; laziness.
- ଅସୁସ୍ଥତା Sickness.
- (ଦେ.ବିଣ.) - ମୂର୍ଖ Illiterate.
- ଅସଭ୍ୟ Uncivilized.
|
| 4287 |
ଅପାଠିଆ |
Also : [ ଅପାଠୁଆ ]
- Apāṭhiā (ଦେ.ବିଣ.) - ମୂର୍ଖ; ବିଦ୍ୟାହୀନ; ଯେ ପାଠ ପଢ଼ି ନାହିଁ Unlettered; illiterate.
- ଅଶିକ୍ଷିତ Uneducated.
|
| 4288 |
ଅପାଠୁଆ |
Also : [ ଅପାଠିଆ ]
- Apāṭhuā (ଦେ.ବିଣ.) - ମୂର୍ଖ; ବିଦ୍ୟାହୀନ; ଯେ ପାଠ ପଢ଼ି ନାହିଁ Unlettered; illiterate.
- ଅଶିକ୍ଷିତ Uneducated.
|
| 4289 |
ଅପାଠ୍ୟ |
- Apāṭhya (ସଂ.ବିଣ.) - ଅପଠନୀୟ Unreadable.
- ଯାହା ପଢ଼ି ହୁଏ ନାହିଁ Illegible.
- ଯାହା ଅଶ୍ଳୀଳ ଥିବାରୁ ପଠନର ଯୋଗ୍ୟ ନୁହେ Too obscene to be read.
|
| 4290 |
ଅପାଣିଆ |
- Apāṇiā (ଦେ.ବିଣ.) - (ଗଛ) ଯାହାର ମୂଳରେ ପାଣି ଦିଆଯାଇ ନାହିଁ (plant) Unwatered.
- (ଗୋରୁ) ଯେଉଁ ବଳଦ ହଳ ବୁଲି ନ ନ ଥାଏ (bullock) Not yet broken or trained to the plough.
- (ଲୁହା) ଯେଉଁ ଲୁହା ଜିନିଷକୁ ଗଢ଼ିଲାବେଳେ କମାର ଠିକ୍ ମତେ ପାଗଯୋଗ ଉଣ୍ତି ପାଣି ଦେଇ ନ ଥାଏ (iron) Which has not been tempered.
- (ଦେବତା) ଯେଉଁ ଦେବତାଙ୍କୁ ନିତି ସେବକ ଠିକ୍ ମତେ ପାଣି ନ ଦିଏ (idol) Not daily bathed by any Sebaka.
- ଜଳବିହୀନ; ନିର୍ଜଳ Waterless (country or place).
|