dhaga

ତାଳ, ପତର, ମୂଳ ଖାଇ
ଏବେ ବୁଲୁଅଛି ଅଚିନ୍ତା ହୋଇ

ପୈତୃକ ସମ୍ପତ୍ତିକୁ ବ୍ୟର୍ଥରେ ଉଡ଼େଇ ଦେବା ପରେ ମଧ୍ୟ କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ଅଚିନ୍ତା ହୋଇ ବୁଲୁଥିବାର ଦେଖିବାକୁ ମିଳିଥାଏ। ଅକର୍ମା ତଥା କୁଳାଙ୍ଗାର ବ୍ୟକ୍ତିଙ୍କ ପ୍ରତି ଏଭଳି କଟୁକ୍ତି ଭାବ ପ୍ରକାଶ କରାଯାଇଛି।

ଡେବିରି ହାତ ପାପ
ଡାହାଣ ହାତକୁ ନଥାଏ

କୁହାଯାଏ ଏ ହାତର ପାପ ସେ​‌ ହାତକୁ ଯାଏନାହିଁ। ଅର୍ଥାତ ଯେ ପାପ କରେ ସେ ତାର ଫଳ ଅବଶ୍ୟ ଭୋଗ କରେ। ଦେବତା ହୁଅନ୍ତୁ କି ମାନବ ପାପର ଫଳ ଭୋଗିବାକୁ ସମସ୍ତେ ବାଧ୍ୟ ବୋଲି ଏଠାରେ ସୂଚିତ କରାଯାଇଛି।

ଡେବିରି ହାତ ପାପ
ଡାହାଣ ହାତକୁ ନଥାଏ

କୁହାଯାଏ ଏ ହାତର ପାପ ସେ​‌ ହାତକୁ ଯାଏନାହିଁ। ଅର୍ଥାତ ଯେ ପାପ କରେ ସେ ତାର ଫଳ ଅବଶ୍ୟ ଭୋଗ କରେ। ଦେବତା ହୁଅନ୍ତୁ କି ମାନବ ପାପର ଫଳ ଭୋଗିବାକୁ ସମସ୍ତେ ବାଧ୍ୟ ବୋଲି ଏଠାରେ ସୂଚିତ କରାଯାଇଛି।