dhaga

ଠିଠେଇ ଘଇତା ଘନଶ୍ୟାମ,
ପେଟ ପୂରିଲେ ରାମ ରାମ।

ପେଟୁଆ ବ୍ୟକ୍ତି ସାଧାରଣତଃ ଖାଦ୍ୟ ଲୋଭୀ ହୋଇଥାନ୍ତି। ଏପରି ସ୍ଥିତିରେ ସଦାସର୍ବଦା ନିଜର ପେଟ ଚିନ୍ତା କରୁଥିବା ସ୍ବାର୍ଥପର ଗୃହସ୍ବାମୀ ପ୍ରତି ଏଭଳି ବ୍ୟଙ୍ଗୋକ୍ତି ପ୍ରକାଶ କରାଯାଇଛି। laugh

ଠାଇ ପଣା ସ୍ତ୍ରୀର ଠାଣି ଦେଖି
ଠସା କରି ପଡ଼ୋଶୀ ମାରନ୍ତି ଆଖି।

ସୌନ୍ଦର୍ଯ୍ୟ ପ୍ରତି ମହିଳାଙ୍କ ମନରେ ଅହେତୁକ ଆକର୍ଷଣ ଭାବ ରହିଥାଏ। ବେଶ ପରିପାୀ ହୋଇ ଅନ୍ୟ ଆଗରେ ନିଜକୁ ଦେଖେଇ ହେବାରେ ସେମାନେ ଖୁସି ଅନୁଭବ କରିଥାନ୍ତି। ଏପରି ସ୍ଥଳେ ସଜେଇ ହୋଇ ଛଇ ଛଟକି ଦେଖେଇ ହେଉଥିବା ମହିଳାଙ୍କୁ ଦେଖି ଅନ୍ୟ ପଡ଼ୋଶୀମାନେ ଥଟ୍ଟା ପରିହାସ କରିବା ଅର୍ଥରେ ଏଭଳି ଉକ୍ତ ଉଲ୍ଲେଖ କରାଯାଇଛି।laugh

ଜୀବ ଥିବାବେଳେ ମୁଇଁ ବଳୁଆ
ଜୀବ ଗଲାବେଳେ ଈଶ୍ବର ସାହା

ଜୀବଦଶାରେ ମଣିଷ ନିଜକୁ ଅତ୍ୟନ୍ତ ଶକ୍ତିଶାଳୀ ବୋଲି ମନେ କରିଥାଏ କିନ୍ତୁ ସେ ଯେତେବେଳେ ମୃତ୍ୟୁର ସନ୍ନିକଟ ହୁଏ, ସେତେବେଳେ ଭଗବାନଙ୍କୁ ସହାୟ ହେବାପାଇଁ ନିବେଦନ ଜଣାଏ। ଭଗବାନ ହିଁ ମଣିଷର ମୃତ୍ୟୁକାଳୀନ ସହାୟକ ବୋଲି ଏଠାରେ ପ୍ରକାଶ କରାଯାଇଛି।laugh

ଜଣ ଜଣକେ ମହାବଳୀ
ଗଛରୁ ପତର ପକାନ୍ତି ଝାଡ଼ି

ଟେକା ପକାଇ ଗଛରୁ ଫଳ ଝଡ଼ାଇ ନପାରି ପତ୍ର ଝଡ଼ାଇଥିବା ବ୍ୟକ୍ତି ନିଜକୁ ବଳୁଆ କହିବା ଆଦୌ ଶୋଭନୀୟ ହୋଇ ନଥାଏ। ବାହାଦୁରି ଦେଖାଇ କଥା କହୁଥିବା ବ୍ୟକ୍ତିର ଅଯୋଗ୍ୟ ପଣିଆ ପ୍ରତି ଏଭଳି ଉକ୍ତି ପ୍ରକାଶ କରାଯାଇଛି।laugh

ଜହର ସଙ୍ଗରେ ମହୁରା ଗୋଳି
ପିଇଦେଲେ ସବୁ ଛିଣ୍ଡିବ କଳି

ଦାମ୍ପତ୍ୟ ଜୀବନରେ ପ୍ରାୟତଃ ଛୋଟଛୋଟ କଥାକୁ ନେଇ କଳିଝଗଡ଼ା ସୃଷ୍ଟି ହୋଇଥାଏ। ବେଳେବେଳେ ଏହା ଗୁରୁତର ଆକାର ଧାରଣ କରିଥାଏ। କେତେକ ନିଜ ଉପରୁ ନିୟନ୍ତ୍ରଣ ହରାଇ କିଛି ଗୋଟାଏ ଅଘଟଣ ଘଟାଇ ବସନ୍ତି। ଏପରି ସ୍ଥିତିରେ ନିୟମିତ ଝଗଡ଼ାରୁ ମୁକ୍ତି ପାଇବା ଆଶାରେ ବିଷ ପିଇ ଜୀବନ ହାରିଦେବା ନିମନ୍ତେ କଠୋର ନିଷ୍ପତ୍ତି ନିଆଯିବା ଅର୍ଥରେ ଏଭଳି ଉକ୍ତି ଉଲ୍ଲେଖ କରାଯାଇଛି।laugh

ଚୋରିଗଲା ଲୋକର 
ଭାତ ହାଣ୍ଡିକୁ ଅପତିଆରା

ସାଧାରଣତଃ ଯାହାର ଚୋରି ହୋଇଥାଏ, ସେ ବହୁ ଲୋକଙ୍କୁ ଅଯଥାରେ ସନ୍ଦେହ କରିଥାଏ। ଚୋରି ଯାଇଥିବା ବ୍ୟକ୍ତିର ବିଶ୍ବସ୍ତ ଲୋକ ପ୍ରତି ମନରେ ସନ୍ଦେହ ରହୁଥିବା ଅର୍ଥରେ ଏଭଳି ଉକ୍ତି ପ୍ରକାଶ କରାଯାଇଛି।

ଚତୁର ହେଲେ ଚାତର ହୁଏ,
ଅତି ଚତୁର ବିଷ୍ଠା ଖାଏ

ଚାଲାକ ଚତୁର ବ୍ୟକ୍ତି ସାଧାରଣତଃ ସିଆଣିଆ ହୋଇଥାନ୍ତି। ସବୁ କଥା ବା ବିଷୟକୁ ଠିକ୍‌ଭାବେ ବୁଝି ପାରିଥାନ୍ତି ଓ ସହଜରେ ଜାଣି ପାରିଥାନ୍ତି। ତେବେ ଅତି ଚତୁରପଣ ଦେଖାଉଥିବା ବ୍ୟକ୍ତି ବେଳେବେଳେ ହଇରାଣ ବା ଅପଦସ୍ଥ ହୋଇଥାନ୍ତି ବୋଲି ଏଠାରେ ଉଲ୍ଲେଖ କରାଯାଇଛି।

 

ଚଢ଼ାଣି ମାଛର
ମୁଣ୍ଡରେ ବାଡ଼ି

ମାଛ ଯେପର୍ଯ୍ୟନ୍ତ ପାଣି ତଳେ ଥାଏ ସେ ପର୍ଯ୍ୟନ୍ତ ସୁରକ୍ଷିତ ରହିଥାଏ। ପରନ୍ତୁ ଯେତେବେଳେ ପାଣିରେ ମୁଣ୍ଡ ଟେକେ ସେତେବେଳେ ତାକୁ ଧରିବା ସହଜ ହୋଇଯାଏ। ପରୋକ୍ଷରେ ନିଜ ସ୍ତରକୁ ଭୁଲି ଔଦ୍ଧତ୍ୟ ଦେଖାଉଥିବା ବ୍ୟକ୍ତି ବିପଦ ବରଣ କରୁଥିବା ଅର୍ଥରେ ଏଭଳି ଉକ୍ତି ପ୍ରକାଶ କରାଯାଇଛି।

ଛି’ ବୋଲି କହିଲେ
କୁକୁର ବାରବର୍ଷ ପାଣି ଛୁଏଁ ନାହିଁ

ପ୍ରତ୍ୟେକ ବ୍ୟକ୍ତି ନିଜ ଆତ୍ମସମ୍ମାନକୁ ଜଗିରଖି କାର୍ଯ୍ୟ କରିବା ଉଚିତ। ଆତ୍ମସମ୍ମାନ ହିଁ ବ୍ୟକ୍ତିର ବ୍ୟକ୍ତିତ୍ବକୁ ବହୁଗୁଣିତ କରିଥାଏ। ସାଧାରଣତଃ ଆତ୍ମସମ୍ମାନ ହରାଇଥିବା ବ୍ୟକ୍ତିଙ୍କୁ ସମସ୍ତେ ହୀନଚକ୍ଷୁରେ ଦେଖିଥାନ୍ତି। କୁକୁର ଭଳି ଇତର ପ୍ରାଣୀର ମଧ୍ୟ ଆତ୍ମସମ୍ମାନ ଅଛି ବୋଳି ଏଠାରେ ଉଲ୍ଲେଖ କରାଯାଇଛି।