| 4636 |
ଅବକୀର୍ଣ୍ଣୀ |
- Abakīrṇṇī (ସଂ.ବି.) - ଯେଉଁ ବ୍ରହ୍ମଚାରୀ ବ୍ରହ୍ମଚର୍ଯ୍ୟକୁ ଉଲ୍ଲଙ୍ଘନ କରିଅଛି ବା ନଷ୍ଟ କରିଅଛି A Brahmachārī who has violated his vow of abstinence and continence.
|
| 4637 |
ଅବକୃଷ୍ଟ |
- Abakṛushṭa (ସଂ.ବିଣ.) - ଆକୃଷ୍ଟ Attracted.
- ନିଷ୍କାଶିତ Driven out.
- ଅପସାରିତ; ବିତାଡ଼ିତ Driven away; removed.
- ଜଘନ୍ୟ; ଅଧମ Wretched; ugly.
- ଅପକୃଷ୍ଟ Inferior.
- ହେୟ; ଘୃଣ୍ୟ Despicable.
- (ସଂ.ବି.) - ମେହେନ୍ତର; ଯେ ଝାଡ଼ୁ କରେ ଓ ପାଇଖାନା ସଫା, ପାଣି ବୁହା ଆଦି କର୍ମମାନ କରେ A sweeper; a servant who does menial work (e.g., cleansing the laterine, carrying water etc).
- ଭିସ୍ତୀ A water-carrier.
- ହୀନଜାତି; ଅସ୍ପୃଶ୍ୟ ଜାତି Untouchable or lower caste.
|
| 4638 |
ଅବକେଶୀ |
- Abakesī (ସଂ.ବିଣ.) - ଅଳ୍ପକେଶଯୁକ୍ତ (ବ୍ୟକ୍ତି) Scanty-haired; short-haired (person).
- ବନ୍ଧ୍ୟ ବା ନିଷ୍ଫଳ ବୃକ୍ଷ Fruitless; not fruit-bearing (tree).
- ଅଣ୍ଡିରା ଗଛ A tree which does not bear fruit; a male tree.
|
| 4639 |
ଅବକ୍ତବ୍ୟ |
- Abaktabya (ସଂ.ବିଣ.) - ଅକଥ୍ୟ; କହିବାର ଅଯୋଗ୍ୟ Unspeakable.
- ଅଶ୍ଳୀଳ Obscene.
- ଅକଥନୀୟ; ଅନିର୍ବଚନୀୟ Indescribable; unutterable.
|
| 4640 |
ଅବକ୍ର |
- Abakra (ସଂ.ବିଣ.) - ଯାହା ବଙ୍କା ନୁହେ; ସିଧା; ସଳଖ Straight.
|