| 4631 |
ଅବକାରୀ ବିଭାଗ |
Also : [ ଅବକାରୀ ମହକୁମା, ଅବକାରୀ ମାହାଲ୍ ]
- Abakāri bibhāga (ଦେ.ବି.) - ମାଦକ ଦ୍ରବ୍ୟ କଟକଣା କରିବା ପାଇଁ ନିଯୁକ୍ତ ସରକାରୀ ବିଭାଗ The excise department of the Government.
|
| 4632 |
ଅବକାଶ |
Also : [ ଅବକାଶନ ]
- Abakāṡa (ସଂ.ବି.) - ଅବସର; ଫୁର୍ସତ୍ Leisure.
- କାର୍ଯ୍ୟରୁ ବିଶ୍ରାମ Rest from work; recreation.
- ଛୁଟି Leave.
- ଫାଙ୍କ; ମଧ୍ୟବର୍ତ୍ତୀ ସ୍ଥାନ Intermediate space.
- ଦୁଇ ଘଟଣାର ମଧ୍ୟବର୍ତ୍ତୀ କାଳ; ଅନ୍ତର Interval between two events; intermediate time; the mean time.
- ଦୁର୍ଗାପୂଜା, ଗ୍ରୀଷ୍ମକାଳ, ଖ୍ରୀଷ୍ଟମାସ, ଈଦ, ସମ୍ରାଟଙ୍କ ଜନ୍ମ ଦିନ ଆଦି ପର୍ବ ବା ବିଶେଷକରଣ ଉପଲକ୍ଷରେ ଅଫିସ୍; କଚେରି ଓ ବିଦ୍ୟାଳୟ ଆଦିର କାର୍ଯ୍ୟର ବିରାମ ବା ବନ୍ଦ ହେବା Vacation; holidays; recess.
- ସ୍ଥାନ Space; place.
- ସୁଯୋଗ Opportunity.
- ଉପଲକ୍ଷ୍ୟ Occasion.
- କୌଣସି ବସ୍ତୁ ପ୍ରତି ନିବଦ୍ଧ ବୃଷ୍ଟି A glance cast on any thing.
- କୌଣସି ନିର୍ଦ୍ଦିଷ୍ଟ ବସ୍ତୁ ଉପରେ ଦୃଷ୍ଟି ନିବଦ୍ଧ କରାଯାଇ ବୋଲାଯିବା ଗାନ ବା ସ୍ତବବିଶେଷ Name of certain verses during the recitation of which the eyes must be fixed on particular objects.(ଯଥା - ପ୍ରଭାତ ଅବକାଶ)
- (ଦେ.ବି.) - ରାଜାଙ୍କର ବିଶିଷ୍ଟ ବା ନିର୍ଦ୍ଦିଷ୍ଟ ସମୟରେ ବିଜେ ହେବା ସ୍ଥାନ ବା କକ୍ଷ A place of hall where a king sits at certain intervals.
- ରାଜାଙ୍କର ନିର୍ଦ୍ଦିଷ୍ଟ ଦୈନିକ 'ନୀତି' କରାଯିବାର ନିର୍ଦ୍ଦିଷ୍ଟ କାଳ Fixed time for the performance of the daily routine of a Rājā.
- ପୁରୀ ଜଗନ୍ନାଥ ଓ ଅନ୍ୟାନ୍ୟ ଦେବତାଙ୍କ ଦିବସର ଯେଉଁ ନିର୍ଦ୍ଦିଷ୍ଟ ସମୟରେ ନୀତି (ଯଥା - ବେଶଲାଗି, ସ୍ନାନ) ବଢ଼ୁଥିବାରୁ ତାଙ୍କୁ ଯାତ୍ରୀମାନେ ଦର୍ଶନ କରି ପାରନ୍ତି ନାହିଁ The times or periods when an idol is not accessible to the pilgrims owing to certain operation (e.g. dressing; washing) being performed; recess of a Deity.
- ଦେବତାଙ୍କ 'ଅବକାଶ' ବା ଯାତ୍ରୀଙ୍କୁ ସାକ୍ଷାତ୍ ଦର୍ଶନ ନ ମିଳିବା ସମୟରେ ଯାତ୍ରୀମାନେ ଦେଉଳର, ଜଗମୋହନ ବା ମୁକୁଶିଆଳିରେ ଥାଇ ଯେଉଁ ଭଜନମାନ ଗାଆନ୍ତି Psalms sung by pilgrims during the recess of a Deity.
|
| 4633 |
ଅବକାଶ ମେକାପ |
- Abakāṡa mekāpa (ଦେ.ବି.) - ଦେବତାଙ୍କ ''ଅବକାଶ'' କାଳୀନ ବେଶ ଲାଗି ସମୟରେ ବେଶକାରୀ ପୁଷ୍ୟପାଳକ ସେବକଙ୍କୁ ଦେବତାଙ୍କ ବେଶଭୂଷା ଯୋଗାଇବା ସେବକବିଶେଷ A class of Sebakas or Temple-servant who supply the materials for the dressing of a Deity during the recess periods.
|
| 4634 |
ଅବକାଶ ସେବକ |
- Abakāṡa sebaka (ସଂ.ବି.) - ଜଗନ୍ନାଥଙ୍କ ଅଙ୍ଗସେବକ ବା ପଶୁପାଳନ ସେବକ, ଯେଉଁ ସେବକମାନେ 'ଅବକାଶ' ସମୟରେ ଦେବତାଙ୍କୁ ବେଶ ଆଦି କରନ୍ତି A class of Sebakas who dress up the Deity Jagannātha during recesses.
|
| 4635 |
ଅବକୀର୍ଣ୍ଣ |
- Abakīrṇṇa (ସଂ.ବିଣ.) - ଇତସ୍ତତଃ ବିକ୍ଷିପ୍ତ Strewn here and there; scattered.
- ବିଧ୍ୱସ୍ତ Ruined.
- ଖଣ୍ଡ ଖଣ୍ଡ କରାଯାଇ ଥିବା Shattered to pieces.
- ଚୂର୍ଣ୍ଣିତ Reduced to powder; pounded.
- ନ୍ୟସ୍ତ Deposited.
- (ସଂ.ବି.) - ଉଲ୍ଲଂଘନ Transgression.
- ନିୟମର ଅପାଳନ Violation.
|