| 4431 |
ଅପ୍ପିତ୍ତ |
- Appitta (ସଂ.ବି.) - (ଅପ=ଜଳ+ପିତ୍ତ=ଶରୀରସ୍ଥ ଧାତୁବିଶେଷ; ଜଳ ବିଷୟରେ ଯାହା ପିତ୍ତ; ପିତ୍ତ ଧାତୁର ଶୋଷଣ କରିବା ଗୁଣ ଥିବାରୁ, ଯାହା ଜଳକୁ ଶୋଷଣ କରେ) ଅଗ୍ନି; ନିଆଁ Fire.
- ଚିତ୍ରକ; ଧଳାଚିତା ଗୁଳ୍ମ A plant.
|
| 4432 |
ଅପ୍ୟୟ |
- Apyaya (ସଂ.ବି.) - ଅପଗମନ; ଚାଲିଯିବା; ପ୍ରସ୍ଥାନ Departure.
- ମୃତ୍ୟୁ Death.
- ବିଲୟ; ବିନାଶ Destruction.
|
| 4433 |
ଅପ୍ରକଟ |
- Aprakata (ସଂ.ବିଣ.) - ଅପ୍ରକାଶିତ Unpublished.
- ସର୍ବସାଧାରଣରେ ଅପ୍ରକାଶିତ Not made public.
- ବାହାରେ ଦେଖା ନ ଯିବା Latent; not patent.
- ଅସ୍ପଷ୍ଟ Indistinct.
- ଗୁପ୍ତ Hidden; concealed.
- (ଦେ.ବିଣ.) -ପରଲୋକଗତ; ମୃତ Dead; deceased. [ମହାତ୍ମା ଓ ସାଧୁଙ୍କୁ 'ମୃତ ହେଲେ' ବୋଲି ନ କହି ସମ୍ମାନାର୍ଥ ସେ 'ଅପ୍ରକଟ ହେଲେ' ବୋଲି ଲୋକେ କହିଥାନ୍ତି]
|
| 4434 |
ଅପ୍ରକାଣ୍ଡ |
- Aprakaāṇḍa (ସଂ.ବିଣ.) - ଅବୃହତ୍; ଅପ୍ରଶସ୍ତ Notvast.
- (ସଂ.ବି.) - (ବହୁବ୍ରୀହି; ଯାହାର ପ୍ରକାଣ୍ଡ ବା ଗଣ୍ଡି ନାହିଁ) ବୁଦାଳିଆ ଗୁଳ୍ମ Bush.
- ଗଣ୍ଡି ନ ଥିବା ଗଛ Trunkless plant.
- ଝିଣ୍ଟୀ; ଦାସକେରେଣ୍ଟା A shrub; Dāsakerenṭā (See)
|
| 4435 |
ଅପ୍ରକାର |
Also : [ ଅପ୍ରକାରିଆ ]
- Aprakāra (ଦେ.ବିଣ.) - ଅସୁନ୍ଦର Without beauty.
- କୁତ୍ସିତ Ugly. (ମନ୍ଦ ଅର୍ଥରେ)
- ଅସାଧାରଣ Extraordinary (in a bad sense).
|