| 4326 |
ଅପାଳକ |
- Apāḻaka (ଦେ.ବି.) - ଅନାବୃଷ୍ଟି ଯୋଗୁଁ ଦେଶର ଶସ୍ୟହାନି Failure of crops due to drought.
- ଅନାବୃଷ୍ଟି; ମରୁଡ଼ି Drought.
- ଫସଲ ଉତୁରିବା ପାଇଁ ଯଥା ସମୟରେ ଯଥେଷ୍ଟ ବୃଷ୍ଟିର ଅଭାବ Want of seasonable showers.
- (ଦେ.ବିଣ.) - ଯେଉଁ ରାଜ୍ୟ ବା ଦେଶରେ ଉପଯୁକ୍ତ ସମୟ କ୍ରମେ ବୃଷ୍ଟି ନ ହେବାରୁ ଫସଲ ହୁଏ ନାହିଁ (a country) Which does not get seasonable rain.
- ଯେଉଁ ଦେଶରେ ବହୁକାଳ ବର୍ଷା ହୋଇ ନ ଥାଏ Rainless (country)
- ବର୍ଷାର ଅଭାବ ଯୋଗୁଁ ଶସ୍ୟହୀନ (ଦେଶ) (a country) Suffering from scarcity of food-grains owing to want of rain.
|
| 4327 |
ଅପାଳକ ରାଇଜ |
- Apāḻaka rāija (ଦେ.ବି.) - ବର୍ଷାର ଅଭାବ ଯୋଗୁଁ ଶସ୍ୟହୀନ (ଦେଶ) (a country) Suffering from scarcity of food-grains owing to want of rain.
- (ଦେ.ବିଣ.) - ଯେଉଁ ରାଜ୍ୟ ବା ଦେଶରେ ଉପଯୁକ୍ତ ସମୟ କ୍ରମେ ବୃଷ୍ଟି ନ ହେବାରୁ ଫସଲ ହୁଏ ନାହିଁ (a country) Which does not get seasonable rain.
|
| 4328 |
ଅପାଲଙ୍କ |
Category : [ Plant ]
- Apālaṅka (ସଂ.ବି.) - ଚାକୁଣ୍ଡାଜାତୀୟ ବୃକ୍ଷବିଶେଷ Cassia Fistula.
|
| 4329 |
ଅପାଲଟ |
- Apālata (ଦେ.ବିଣ.) - ଅମୋଘ; ଅବ୍ୟର୍ଥ (ଶର) Unerring.
- ଅପରିବର୍ତ୍ତନୀୟ Unchangeable.
- ଅବଦଳ; ଯାହାକୁ ଅନ୍ୟ ବସ୍ତୁ ସଙ୍ଗେ ବଦଳ କରାଯାଇ ନ ପାରେ Unexchangeable.
- ଅଣବାହୁଡ଼; ଯାହା ଲକ୍ଷ୍ୟ ଭେଦ ନ କରି କଦାପି ଫେରେ ନାହିଁ Unreturning.
- ଅପ୍ରତିକାର୍ଯ୍ୟ Irremediable; that which cannot be undone.
|
| 4330 |
ଅପାଲଟା |
- Apālatā (ଦେ.ବିଣ.) - ଯେଉଁ ଲୁଗାକୁ ପିନ୍ଧିଥିବା ବ୍ୟକ୍ତି ପାଲଟି ନାହିଁ; ଅର୍ଥାତ୍ ଯାହା ପିନ୍ଧା ଯିବା ପରେ ପାଲଟା ହୋଇ ନାହିଁ; ଯେଉଁ ଲୁଗାକୁ ଛାଡ଼ି ପିନ୍ଧିବା ଲୋକ ବସ୍ତ୍ରାନ୍ତର ଗ୍ରହଣ କରି ନାହିଁ Unchanged (cloth); (cloth) which has not been changed or put off by the wearer.
- ଅମୋଘ; ଅବ୍ୟର୍ଥ (ଶର) Unerring.