View Page

Category

ss

cat1

cat2

Dictionary : View_page

ID Main Word Content
411 ଅକ୍ଳେଶ
  1. Akḻeṡa (ସଂ.ବି) -  କ୍ଳେଶାଭାବ; ଦୁଃଖର ଅଭାବ Absence of difficulty, hardship or pain.
  2. ଯତ୍ନର ଅଭାବ Want of care.
  3. ଅନାୟାସ State of being easy.
  4. ମିହନ୍ତ (ମେହନତ) କରିବାକୁ ନ ପଡ଼ିବା; ବିନା ପରିଶ୍ରମ Absence of exertion.
412 ଅକ୍ଷ
  1. Aksha (root) (ସଂ.)  - (ଧାତୁ) ବ୍ୟାପିବା To spread. 
  2. ଗଦା ହେବା; ଜମାଟ ବାନ୍ଧିବା To be massed.
  3. ସଂଗ୍ରହ କରିବା To gather; to collect.
  • ଅକ୍ଷ (ସଂ.ବି.) - (ଅକ୍ଷଧାତୁ=ବ୍ୟାପିବା+କର୍ତ୍ତୃ. ଅ)
  1. ପଶାକାଠି The dice.
  2. ପଶାଖେଳ The game of dice 
  3. ଏକ କର୍ଷ (କରିଷି) ବା 16 ମସା ପରିମିତ ଓଜନ; ଏକ ତୋଳା ଓଜନ (ଔଷଧାଦି ଓଜନ କରିବାରେ ବ୍ୟବହୃତ)One tola; a standard for weighing medicine. 
  4. (ଭୂଗୋଳ) ଭୂଗୋଲକର ପୃଷ୍ଠରେ ବିଷୁବରେଖାଠାରୁ କୌଣସି ସ୍ଥାନର ଉତ୍ତର ବା ଦକ୍ଷିଣ ଦିଗରେ ଦୂରତ୍ୱର ପରିମାଣ (Geography) Latitude of a place.
  5. (ଜ୍ୟୋତିଷ) ସୂର୍ଯ୍ୟଗତିମାର୍ଗସୂଚକ ପୃଥିବୀର କକ୍ଷଠାରୁ ଖ-ଗୋଳକ ପୃଷ୍ଠରେ କୌଣସି ଗ୍ରହ ବା ନକ୍ଷତ୍ରର ଅବସ୍ଥିତିର ଦୂରତ୍ୱର ପରିମାଣ  (Astronomy Latitude of a planet from the ecliptic.
  6. ଗ୍ରହମାନଙ୍କ ଗତିପଥ।  (Astronomy) Orbit of a planet.
  7. ବ୍ୟବହାର ଶାସ୍ତ୍ର; ଆଇନ; ବିବାଦବିଜ୍ଞାନ Law.
  8. ଆତ୍ମା Soul. 
  9. ଶକଟ; ରଥ Cart; car.
  10. ଅଖ; ଶଗଡ଼ ବା ରଥର ଦୁଇ ଚକର ନାଭିରେ ଗଳିଥିବା ଦଣ୍ଡ Axle.
  11. (ଜ୍ୟୋତିଷ) ରାଶିଚକ୍ରର ଅବୟବ  (Astronomy) The body of the zodiac Circle. 
  12. ଚକ୍ର; ଚକ Wheel.
  13. ଚକ୍ରର ମଧ୍ୟମଣ୍ଡଳ ବା ନାଭି; ନାହିଆ Centre of a wheel; hub. 
  14. ସର୍ପ; ସାପ Serpent; snake.
  15. ରାବଣ ପୁତ୍ର; ଅକ୍ଷୟ କୁମର  Name of a son of Rābaṇa.
  16. ଗରୁଡ଼; ବିଷ୍ଣୁବାହନ The winged carrier of. 
  17. ବିଭୀତକ ବା ବାହାଡ଼ା ଗଛ Bāhāṟḍ̠ā tree
  18. ରୁଦ୍ରାକ୍ଷ ବୃକ୍ଷ ଓ ଫଳ  Rudrāksha tree and fruits
  19. ଜନ୍ମାନ୍ଧ ବ୍ୟକ୍ତି A person born blind.
  20. ସୌବର୍ଚ୍ଚ ଲବଣ A kind of salt.
  21. ଇନ୍ଦ୍ରିୟ Organ of sense or perception.
  22. ତୁତ୍ଥ; ତୁତିଆ Blue vitriol; copper-sulphate.
  23. ରସାଞ୍ଜନ Antimony.
  24. ଝୁଣା Resin.
  25. ଚକ୍ଷୁ; ଆଖି The eye.
  26. ଜ୍ଞାତାର୍ଥ; କୌଣସି ଶବ୍ଦର ଲୋକପ୍ରଚଳିତ ଅର୍ଥ Approved or popular meaning of a word. 
  27. ଅସ୍ଥି; ହାଡ଼ Bone. 
  28. ଯୁଦ୍ଧ; ଲଢ଼େଇ  Battle. 
  29. ପଦ୍ମବୀଜ The seed of lotus.
  30.  (ନାମ) କାଶ୍ମୀରର ରାଜା ଦ୍ୱିତୀୟ ନରରାଜଙ୍କ ପୁତ୍ର ଓ ଗୋପାଦିତ୍ୟଙ୍କ ପିତା Name of a King of Kashmere.
  31. ପୃଥିବୀ ଓ ଗ୍ରହ ଆଦି ଯେଉଁ କେନ୍ଦ୍ରଭେଦୀ ରେଖାର ଚାରି ପାଖରେ ଘୂରନ୍ତି; ଆବର୍ତ୍ତନ-ରେଖା Axis.
  32. (ସଂ.ବିଣ) - ଆତ୍ମଜ୍ଞ Knowing one's self.
413 ଅକ୍ଷକୂଟ
  1. Akshakūta (ସଂ.ବି.) - ଚକ୍ଷୁର ତାରା; ଆଖିର ପିତୁଳା The pupil of the eye
414 ଅକ୍ଷକ୍ରୀଡ଼ା
  1. Akshakrīrdā (ସଂ.ବି.) - ପଶାଖେଳ The game of dice
415 ଅକ୍ଷକ୍ଷେତ୍ର
  1. Akshakshetra (ସଂ.ବି.) - ପଶାପାଲୀ Dice board.
  2. ଜ୍ୟୋତିଷିକ ଗଣନାର୍ଥ ଜ୍ୟୋତିଷିମାନେ ଭୂମିରେ ଯେଉଁ ଛକ ବା ବୃତ୍ତାଦି ଅଙ୍କନ କରନ୍ତି The figure drawn on the ground by astronomers and astrologers.
Page 83 of 881



Advertisement

sksk