View Page

Category

ss

cat1

cat2

Dictionary : View_page

ID Main Word Content
3781 ଅନ୍ତର୍ମାତୃକା
  1. Antarmātṛukhā (ସଂ.ବି.) (ତନ୍ତ୍ର) ଅନ୍ତର୍ମଧ୍ୟରେ ଥିବା ଷଟଚକ୍ରମଧ୍ୟସ୍ଥ ଅକାରାଦି ପଚାଶ ବର୍ଣ୍ଣର ନାମ Name of the 50 latters.
3782 ଅନ୍ତର୍ମୁଖ
  1. Antarmukha (ସଂ.ବି.) - ଆନ୍ତରିକ ଚିନ୍ତାଯୁକ୍ତ (ବ୍ୟକ୍ତି) Introspective; looking inward.
3783 ଅନ୍ତର୍ଯ୍ୟାମୀ

Also : [ ଅନ୍ତର୍ଯାମୀ ] 

  1. Antarj̄āmī (ସଂ.ବିଣ.) ହୃଦୟକୁ ଅଧିକାର କରିଥିବା Pervading the heart.
  2. ହୃଦୟର ଭାବକୁ ଜାଣି ପାରିବା (ବ୍ୟକ୍ତି) One who devines the inner feelings of another.
  3. ହୃଦ୍‌ଗତ ଭାବକୁ ବଶ କରିବା (ବ୍ୟକ୍ତି) One who regulates the inner feelings of another.
  4. (ଦେ.ବି.) ପୁରୁଷଙ୍କୁ ଦିଆଯିବା ନାମ Name given to males.
  5. (ସଂ.ବି.) - ଈଶ୍ୱର God.
  6. ପରମାତ୍ମା The Supreme Soul.
  7. ଅନ୍ତରାତ୍ମା The inner soul.
  8. ବାୟୁ The air.
  • ଅନ୍ତର୍ଯାମିନୀ - (ସ୍ତ୍ରୀ)
3784 ଅନ୍ତର୍ଲିପି
  1. Antarlipi (ସଂ.ବି.) - ଶବ୍ଦାଳଙ୍କାର ବିଶେଷ Vocabulary special.

 [ ଉ ] ବଳିମସ୍ତକେ ପ୍ରଭୁ ଦେଲେ କିସ (ପାଦ); ହନୂ ବିଧ୍ୱଂସିଲେ କେବଣ ଦେଶ (ଲ. ନ. ଙ୍କା.);
ବାସୁକୀ ମସ୍ତକେ କି ଅଛି ଭାର (କ୍ଷି. ଖି. ତି.);
କି ଘେନି ଗୋପକୁ ଗଲା ଅକ୍ରୂର (ଲେଖା);
ରାଜା ପାଳେ କିସ (ଦେଶ);
କେଉଁ ଶବଦେ ଗୋପୀ ହେଲେ ବଶ (ବଂଶୀ)।
ଏହାର ଉତ୍ତରରୂପେ ବାହାରିବା ପ୍ରତି ପାଦର ପ୍ରଥମ ଅକ୍ଷରମାନଙ୍କୁ ମଶାଇଲେ ହେବ - ପାନ ଖିଲେ ଦେବ।

3785 ଅନ୍ତର୍ହାସ
  1. Antarhāsa (ସଂ.ବି.) ଗୂଢ଼ହାସ୍ୟ Secret laughter.
  2. ମନେ ମନେ ହସିବା Suppressed laughter.
Page 757 of 881



Advertisement

sksk