View Page

Category

ss

cat1

cat2

Dictionary : View_page

ID Main Word Content
3566 ଅନୁଶର
  1. Anuṡara (ସଂ.ବି.) - ରାକ୍ଷସ Demon.
3567 ଅନୁଶାୟୀ

Also : [ ଅନୁଶୟୀ

  1. Anuṡāyī (ସଂ.ବିଣ.) - ଅନୁତାପକାରୀ Repentant
  2. (ସଂ.ବି.) - ପାଦ ରୋଗବିଶେଷ A foot-disease.
  • ଅନୁଶାୟିନୀ - (ସ୍ତ୍ରୀ)
3568 ଅନୁଶାସକ
  1. Anuṡāsaka (ସଂ.ବି.) ଶାସନକର୍ତ୍ତା Ruler.
  2. ଉପଦେଶକ Preceptor.
  3. ଆଦେଶକର୍ତ୍ତା Commander.
  • ଅନୁଶାସିକା - (ସ୍ତ୍ରୀ)
3569 ଅନୁଶାସନ
  1. Anuṡāsana (ସଂ.ବି.) ଆଜ୍ଞା Command.
  2. ଆଦେଶବାକ୍ୟ Dictum; edict.
  3. ଉପଦେଶ Precepts; advice.
  4. ଶିକ୍ଷାଦାନ Instruction.
  5. ନିଯୋଗ Discipline or control.
  6. କାର୍ଯ୍ୟରେ ନିଯୁକ୍ତି Appointment; deputation.
  7. ତିରସ୍କାର Admonition.

 [ ଦ୍ର ] ମହାରାଜ ଅଶୋକଙ୍କ ଅନୁଶାସନ ବା ଆଦେଶବାକ୍ୟ- ମାନ ପ୍ରସ୍ତରଗାତ୍ରରେ ଖୋଦିତ ହୋଇ ସାମ୍ରାଜ୍ୟର ଚାରିଆଡ଼େ ରଖା ଯାଇଥିଲା। ଅଦ୍ୟାପି ସେଗୁଡ଼ିକ ଅନେକତ୍ର ଦେଖାଯାଏ। ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀରେ ରାଜତ୍ୱ କରୁଥିବା ବୌଦ୍ଧଧର୍ମାବଲମ୍ବୀ ମହାରାଜ ଅଶୋକ ନିଜ ସାମ୍ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ 12 ଗୋଟି ଅନୁଶାସନ ପାଲିଭାଷାରେ ଖୋଳାଇଥିଲେ। ଓଡ଼ିଶାର ପୁରୀ ଜିଲ୍ଲାର ଭୁବନେଶ୍ୱର ନିକଟବର୍ତ୍ତୀ ଧଉଳିଗିରି ଓ ଗଞ୍ଜାମର ଜଉଗଡ଼ରେ ସେହି ଅନୁଶାସନଗୁଡ଼ିକ ଏ ପର୍ଯ୍ୟନ୍ତ ରହିଅଛି।

3570 ଅନୁଶାସନପତ୍ର
  1. Anuṡāsanapatra (ସଂ.ବି.) ଆଜ୍ଞାପତ୍ରିକା Letter of ordinance.
  2. ନିୟୋଗପତ୍ରିକା Letter of appointment.
Page 714 of 881



Advertisement

sksk