View Page

Category

ss

cat1

cat2

Dictionary : View_page

ID Main Word Content
3071 ଅନାତ୍ମ୍ୟ
  1. Anātmya (ସଂ.ବିଣ.) - ଯାହା ଆତ୍ମାସମ୍ବନ୍ଧୀୟ ନୁହେ; ଯାହା ବ୍ୟକ୍ତିଗତ ନୁହେ Impersonal.
  2. (ସଂ.ବି.) - ନିଜର ପରିବାର ପ୍ରତି ସ୍ନେହର ଅଭାବ Want of affection for one's own family.
3072 ଅନାତ୍ୟନ୍ତକ
  1. Anāyantika (ସଂ.ବିଣ.) - ଅଚିର Not perpetual.
  2. ଯାହା ଶେଷ ନୁହେ Not final.
  3. ଯାହା ମଝିରେ ମଝିରେ ଘଟେ Recurrent.
3073 ଅନାଥ
  1. Anātha (ସଂ.ବିଣ.) - ସ୍ୱାମୀହୀନ; ପ୍ରଭୁହୀନ Masterless.
  2. ଆଶ୍ରୟହୀନ; ନିରାଶ୍ରୟ Helpless; forlorn.
  3. ରକ୍ଷକହୀନ Having no protector.
  4. ପିତୃହୀନ Fatherless.
  5. (ସଂ.ବି.) - ଆଶ୍ରୟହୀନ ବ୍ୟକ୍ତି  Helpless person.
  6. ଗରିବ ବ୍ୟକ୍ତି Poor person.
  7. ପିତୃମାତୃହୀନ ଶିଶୁ Orphan.
  • ଅନାଥା - (ସ୍ତ୍ରୀ)
3074 ଅନାଥନାଥ
  1. Anāthanātha  (ସଂ.ବି.) - ଅନାଥ ବ୍ୟକ୍ତିର ବନ୍ଧୁ ବା ଆଶ୍ରୟଦାତା Protector of the unprotected.
  2. ପରମାତ୍ମା; ପରମେଶ୍ୱର God.
3075 ଅନାଥନିବାସ

Also : [ ଅନାଥାଶ୍ରମ ]

  1. Anāthaṇibāsa  (ସଂ.ବି.) - ପିତୃମାତୃହୀନ ବାଳକ ବାଳିକାମାନଙ୍କୁ ଶିକ୍ଷା ଦେବା ଓ ପୋଷିବା ପାଇଁ ପ୍ରତିଷ୍ଠିତ ଆଶ୍ରମ  An orphanage.
  2. ଗରିବ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କୁ ଆଶ୍ରୟ ଦେବା ସ୍ଥାନ A poor-house.
Page 615 of 939



Advertisement

sksk