View Page

Category

ss

cat1

cat2

Dictionary : View_page

ID Main Word Content
1026 ଅଙ୍ଗଗ୍ରହ
  1. Aṅgagraha (ସଂ.ବି.) (ଯାହା ଅଙ୍ଗକୁ ଆକ୍ରମଣ କରେ) ଶରୀରର ବେଦନା Bodily pain.
  2. ଧନୁଷ୍ଟଙ୍କାର ରୋଗ Tetanus; spasm.
1027 ଅଙ୍ଗଘଷା
  1. Aṅgaghashā (ଦେ.ବିଣ.) - (ଯେ ସେବା କଲା ବେଳେ ପ୍ରଭୁଙ୍କ ଅଙ୍ଗରେ ନିଜ ଅଙ୍ଗକୁ ଘଷେ ବା ଲଗାଏ ଅଙ୍ଗଲଗା)  ଯେଉଁ ଭୃତ୍ୟ ପ୍ରଭୁଙ୍କ ଅଙ୍ଗ ସେବା କର୍ମ କରେ Personal (servant); rendering personal service to the master.
  2. ଯେଉଁ ଦାସୀ ପ୍ରଭୁଙ୍କ ସହବାସ କରେ (a maid servant) Who is cohabited by the master.
  3. ଦେହ ଘଷିବା ବା ସଂବାହନ କରିବା ବ୍ୟକ୍ତି  (a person) Who massages another.
  4. ଦିହଘଷା; ଯେଉଁ ପାଳିତ ଜୀବ (ଯଥା - ବିରାଡ଼ି, କୁକୁର ଓ ଅନ୍ୟ ପୋଷା ଜନ୍ତୁ) ମନୁଷ୍ୟର ଦେହରେ ଘଷି ହେବାକୁ ବା ସର୍ବଦା ମନୁଷ୍ୟ ପାଖରେ ରହିବାକୁ ସୁଖ ପାଏ (a pet animal) Loving to rub its limbs against the body of its master.
  5. ଅତି ଘନିଷ୍ଠ Very intimate.
  6.  ଅତି ପ୍ରିୟ Very pet.
1028 ଅଙ୍ଗଚାଳନା

Also : [ ଅଙ୍ଗଚାଳନ, ଅଙ୍ଗଭଙ୍ଗୀ ] 

  1. Aṅgachāḻanā (ସଂ.ବି.) - ନୃତ୍ୟ ସମୟରେ ଅଙ୍ଗବିଶେଷର କଳାଯୁକ୍ତ ଚାଳନ Gesticulations or artistic postures assumed during dancing.
  2. ହାବ; ପ୍ରଣୟ ଉଦ୍ରେକାର୍ଥ ପ୍ରଣୟୀ ପ୍ରଣୟିନୀଙ୍କର କାମଚେଷ୍ଟା ବା ପ୍ରେମସୂଚକ ଅଙ୍ଗଚାଳନା Charming postures and gesticulations assumed by lovers.
  3. ଦେହର ଭିନ୍ନ ଭିନ୍ନ ଅଙ୍ଗକୁ ଏଣେ ତେଣେ ଚଳାଇବା Movement of one's limbs.
  4. ବ୍ୟାୟାମ Physical exercise.
1029 ଅଙ୍ଗଚ୍ଛଦ
  1. Aṅgachchhada (ସଂ.ବି.) - (ଯାହା ଦେହକୁ ଘୋଡ଼ାଏ)  ପୋଷାକ Dress. 
1030 ଅଙ୍ଗଚ୍ଛେଦ

Also : [ ଅଙ୍ଗଚ୍ଛେଦନ ] 

  1. Aṅgachchheda (ସଂ.ବି.) ଦେହର ଅଙ୍ଗବିଶେଷର କର୍ତ୍ତନ Multilation; Dis-memberment of any limb.
Page 206 of 881



Advertisement

sksk