| 4616 |
ଅବ୍ହାଉଆ |
Also : [ ଅବ୍ହାୱା ]
- Abhāuā (ବୈ.ବି.) - (ଆଧୁନିକ ବ୍ୟବହାର) ଜଳବାୟୁ; କୌଣସି ସ୍ଥାନର ଜଳ ଓ ବାୟୁ ଜନିତ ଶୀତ ଓ ତାପାଦିର ଅବସ୍ଥା Climate.
|
| 4617 |
ଅବ୍ |
- Ab (root ଧାତୁ) (ସଂ.) - ରକ୍ଷାକରିବା To save; to protect.
- ପ୍ରୀତି ବା ତୃପ୍ତ କରିବା To please.
- ପ୍ରାର୍ଥନା କରିବା To pray.
- ପାଇବା To get.
- ଧରିବା; ଧାରଣ କରିବା To bear; to hold.
- ସ୍ନେହ ଦେଖାଇବା To show affection.
- ଗତିକରିବା To move.
- ଗ୍ରହଣ କରିବା To accept.
- ହେବା To be; to exist.
- କରିବା To do.
- ଆଲିଙ୍ଗନ କରିବା To embrace.
- ବହନକରିବା To carry.
- ଶୁଣିବା To hear.
- ହିଂସା କରିବା To kill; to hurt.
|
| 4618 |
ଅବ |
- Aba (ସଂ.ଅ.) - ଉପସର୍ଗବିଶେଷ A prefix; conveying the following senses. [ଏହି ଉପସର୍ଗ ନିମ୍ନଲିଖିତ ଅର୍ଥମାନଙ୍କରେ ଭିନ୍ନ ଭିନ୍ନ ଧାତୁ ପୂର୍ବରେ ଲାଗି ନିଷ୍ପନ୍ନ ହୁଏ।]
- ନିଶ୍ଚୟ Certainty. (ଯଥା - ଅବଧାରଣ।)
- ଘୃଣା; ଅବଜ୍ଞା; ହୀନତା; ତୁଚ୍ଛତା Slight; insult. (ଯଥା - ଅବଗଣିତ; ଅବଜ୍ଞା)
- ନିମ୍ନକୁ Downwards. (ଯଥା - ଅବରୋହଣ; ଅବରୋହ; ଅବତୀର୍ଣ୍ଣ)
- ଭିତରେ Within. (ଯଥା - ଅବଗାହନ)
- ନିନ୍ଦା Blame. (ଯଥା - ଅବଗୀତ)
- ବିରୋଧରେ Against. (ଯଥା - ଅବଗୋରଣ)
- ପଶ୍ଚାତ୍ ବା ପଛରୁ Behind; backwards. (ଯଥା - ଅବଗ୍ରହଣ)
- ଅବସର Leisure. (ଯଥା - ଅବକାଶ)
- ଅତ୍ୟନ୍ତ Too much. (ଯଥା - ଅବହେଳା; ଅବକ୍ରୋଶ; ଅବଚ୍ଛୁରିତ)
- ବ୍ୟାପ୍ତି; ଏକତ୍ର Diffusion; together. (ଯଥା - ଅବଚୟ)
- ସମ୍ପୂର୍ଣ୍ଣ ରୂପେ Completely. (ଯଥା - ଅବଚୂର୍ଣ୍ଣିତ; ଅବଧ୍ୱସ୍ତ; ଅବରୋଧ; ଅବଚ୍ଛେଦ)
- ଅଳ୍ପ; ସାମାନ୍ୟରେ Slightly. (ଯଥା - ଅବଗୁଣ୍ଠନ; ଅବତମସ)
- କୁତ୍ସିତ; ମନ୍ଦ Bad. (ଯଥା - ଅବକ୍ରିୟା)
- ହଠାତ୍ Suddenly. (ଯଥା - ଅବଘାତ)
- ସ୍ଥାନାନ୍ତରକୁ; ଦୂରକୁ Away. (ଯଥା - ଅବକର୍ଷଣ; ଅବକର)
- ଚାରିଆଡ଼େ; ଇତସ୍ତତଃ On all sides; about. (ଯଥା - ଅବଘଟୁ; ଅବକୀର୍ଣ୍ଣ)
- ଅଭାବ Want; absence. (ଯଥା - ଅବଗୁଣ; ଅବକାଶ)
- ବିପରୀତ Opposite. (ଯଥା - ଅବମାନନା; ଅବଜୟ; ଅବରୋପିତ)
- ବୁଦ୍ଧି ବା ପୂଜା Consecration; adoration. (ଯଥା - ଅବଦାନ)
- ନିକୃଷ୍ଟ Inferior. (ଯଥା - ଅବମତ)
- ଉଚ୍ଚ ଦେଶରୁ From high. (ଯଥା - ଅବଚୟ)
- (ଗ୍ରା.ବି.) - ଅବନୀ, ଅବନା ଆଦି ଲୋକର ଡାକ ନାମ Nicknames such as Abani and Abana.of Avani
|
| 4619 |
ଅବଇଦ |
Also : [ ଅବୈଦ୍ୟ ]
- Abaida (ଗ୍ରା.ବି.) - (ସଂ. ଅବୈଦ୍ୟ) କୁବୈଦ A quack.
|
| 4620 |
ଅବଂଶ |
Also : [ ଅବକଳନା ]
- Abaṁṡa (ସଂ.ବିଣ.) - ନିର୍ବଂଶ; ଯାହା ବଂଶରେ ଆଉ କେହି ନାହିଁ Having no family or progeny.
- (ସଂ.ବି.) - ଯାହା ବାଉଁଶ ନୁହେ A thing which is not bamboo.
|