View Page

Category

ss

cat1

cat2

Dictionary : View_page

ID Main Word Content
4206 ଅପର୍ତ୍ତିଆଣୀ

Also : [ ଅପତିଆଣି, ଅପତିଆଣୀ, ଅପର୍ତ୍ତିଆଣି, ଅପତ୍ୟଣୀ, ଅପରତିଆଣି ] 

  1. Aparttiani (ଦେ.ବି./ବିଣ.) - (ସଂ ଅପ୍ରତ୍ୟୟ; ଯାହାଠାରେ ବଞ୍ଚିବାର ପ୍ରତ୍ୟୟ ବା ବିଶ୍ୱାସ ନ ଥାଏ) ଯେଉଁ ପିଲାର ଉପର ଭାଇ ବା ଭଉଣୀ ମରିଯାଇଥାନ୍ତି  A child whose elder brother or sister has died before its birth.

 [ ଦ୍ର ] ଅପର୍ତ୍ତିଆଣୀ ପିଲାକୁ ଯମ ଘୃଣା କରି ଛାଡ଼ି ଯିବ ଏହି ଉଦ୍ଦେଶ୍ୟରେ ପିତା ମାତା ସେମାନଙ୍କର ଗୋଟିଏ ଗୋଟିଏ ଘୃଣ୍ୟ ନାମ (ଯଥା—ଅପର୍ତ୍ତିଆ, ହାଡ଼ିଆ, କେଳା, କଣ୍ଡୁରିଆ, ଭାଲୁଆ ପଠାଣିଆ, ଦିକଡ଼ିଆ, ଛକଡ଼ିଆ, ଫକୀରା, ଗୁହିଆ, କିଣା, ବିକା ଓ ବାଳିକାଙ୍କୁ କିଣୀ, ବିକୀ, ପାଲୁଣୀ, ହାଡ଼ିଆଣୀ) ଦିଅନ୍ତି। କେହି କେହି ଶିଶୁର ଜନ୍ମମାତ୍ରେ ତାହାକୁ କୌଣସି ଦେବତାଙ୍କୁ ଦାନ କରି ଦିଅନ୍ତି। ପରେ ପିଲା ନ ମରି ବଞ୍ଚି ଗଲେ ପିଲାର ବ୍ରତ ବା କାନ ଫୋଡ଼ା ବେଳେ କିଛି ଧନ ଦେଇ ପୁଣି ପିଲାକୁ ଦେବତାଙ୍କଠାରୁ କିଣି ଆଣନ୍ତି। ଅପର୍ତ୍ତିଆଣୀ ପିଲାଙ୍କର ଜନ୍ମ ପରେ ନାକ ଫୋଡ଼ି ଦେବାର ପ୍ରଥା ଅଛି।

4207 ଅପର୍ବ
  1. Aparba  (ସଂ.ବିଣ.) - ଯାହାର ଗଣ୍ଠି ବା ପବ ନାହିଁ Without joints.
4208 ଅପର୍ଯ୍ୟାପ୍ତ
  1. Aparj̄yāpta (ସଂ.ବିଣ.) - ଅଯଥେଷ୍ଟ Insufficient.
  2. ଅସମ୍ପୂର୍ଣ୍ଣ Incomplete.
  3. ଅସୀମ; ଅଗଣିତ; ଅସଂଖ୍ୟ Unlimited; endless
  4. ପର୍ଯ୍ୟାପ୍ତ ଅପେକ୍ଷା ଅଧିକ More than sufficient.
4209 ଅପଳ
  1. Apaḻa (ସଂ.ବିଣ.) - ମାଂସହୀନ Fleshless.
  2. (ସଂ.ବି.) - କୀଳକ; କୀଳା; ଖୁଣ୍ଟି Pin; peg.
4210 ଅପଳପିତ
  1. Apaḻapita (ସଂ.ବିଣ.) - ଯାହାର ଅପଳାପ କରାଯାଇଅଛି; ଅପହୃତ  (a matter) Which has been belittled in discussion.
Page 842 of 881



Advertisement

sksk