View Page

Category

ss

cat1

cat2

Dictionary : View_page

ID Main Word Content
2486 ଅଧାଅଧା

Also : [ ଅଧାଅଧି ]

  1. Adhāadhā (ଦେ.କ୍ରି.ବିଣ.)ସ୍ଥୂଳତଃ ଅଧେ; ଆଠ ପଣି Roughly half.
  2. ଅର୍ଦ୍ଧମାତ୍ରା କ୍ରମେ By halves.
  3. ଅସମ୍ପୂର୍ଣ୍ଣ ଭାବରେ Incompletely.
  4. (ଦେ.ବିଣ.) - ଅର୍ଦ୍ଧପୂର୍ଣ୍ଣ Half-filled.
  5. ଅର୍ଦ୍ଧ ନିଃଶେଷିତ Half emptied; reduced by half.
  6. ଦୁଇ ସମାନ ଭାଗରେ ବିଭକ୍ତ Divided into two equal parts.
  7. ପ୍ରାୟେ ଅଧେ Roughly half.
  8. ଅର୍ଦ୍ଧସ୍ଫୁଟ ଦରୋଟି (କଥା) Half uttered (words).
2487 ଅଧାଉମର୍‌
  1. Adhāumar (ଦେ.ବି.)ଯୁବା ବୟସ; ଯୌବନ Youth; adolescence.
  2. ପ୍ରୌଢ଼ାବସ୍ଥା; ଯୌବନ ଓ ବାର୍ଦ୍ଧକ୍ୟର ସନ୍ଧି ସମୟ Time between youth and old age; middle age.
  3. (ଦେ.ବିଣ.)ଅଧାବୟସିଆ (ଯେ ଯୁବା ନୁହେ କି ବୁଢ଼ା ନୁହେ) Middle aged; grown up; adult (person)
2488 ଅଧାଉମରିଆ
  1. Adhāumariā (ଦେ.ବିଣ.)ଅଧାବୟସିଆ; ପ୍ରୌଢ଼; ଯେ ଯୁବା ନୁହେ କି ବୁଢ଼ା ନୁହେ Middle-aged; grown up; adult (person)
  2. ଦରବୁଢ଼ା ବା ଦରବୁଢ଼ି Half old.
2489 ଅଧାକପାଳି

Also : [ ଅଧକପାଳି, ଅଧାକପାଳିଧରା, ଅଧାକପାଳି ବ୍ୟଥା ]

  1. Adhākapāḻi (ଦେ.ବି.)କପାଳର ବାମ ବା ଡାହାଣ ପାଖ ବିନ୍ଧିବା ରୋଗ; ସୂର୍ଯ୍ୟାବର୍ତ୍ତ ରୋଗ Neuralgia; Hemicrania

 [ ଦ୍ର ] ଏହି ରୋଗ ପ୍ରତିଦିନ ସୁର୍ଯ୍ୟାଦୟ ବେଳେ ଆରମ୍ଭ ହୋଇ ଦିନ ଦୁଇ ପହର ପର୍ଯ୍ୟନ୍ତ ବିନ୍ଧା ବଢ଼େ ଓ ଦି' ପହର ପରେ କ୍ରମେ ବିନ୍ଧା କମି ସୂର୍ଯ୍ୟାସ୍ତ ବେଳକୁ ଛାଡ଼ି ଯାଏ।

2490 ଅଧାକପାଳିଗୁଆ
  1. Adhakāpāḻiguā (ଦେ.ବି.)ଯେଉଁ ଗୁଆର ଗୋଟାଏ ପାଖ ଚେପ୍ଟା ହୋଇଥାଏ An arecanut of which one side is flat.

 [ ଦ୍ର ]  ଏ ଗୁଆକୁ ଚନ୍ଦନ ପେଡ଼ି ଆଦିରେ ଘୋରି ଚନ୍ଦନ ପରି ଅଧାକପାଳି ବଥାଉଥିବା ସ୍ଥାନରେ ଲେପିଲେ ବିନ୍ଧା ବନ୍ଦ ହୋଇଯାଏ।

Page 498 of 881



Advertisement

sksk