View Page

Category

ss

cat1

cat2

Dictionary : View_page

ID Main Word Content
2001 ଅତିବିଷା

Other Name : [ ଅତିବିଷା, ବିଷା, ବିଶ୍ୱା, ମଧୁରା, ଶୃଙ୍ଗୀ, ପ୍ରତିବିଷା, ବତ୍ସନାଭ, ମହୌଷଧ, ଅରୁଣା, ଶୁକ୍ଳକନ୍ଦା, ଉପବିଷା, ଭଙ୍ଗୁରା, ଘୁଣବଲ୍ଲଭା, ଶ୍ୱେତକନ୍ଦା, ଉପବିଷାଣିକା, ଶ୍ୟାମକନ୍ଦ, ଶିତଶୃଙ୍ଗୀ ]

  1. Atibishā (ସଂ.ବିଣ.) - ଅତିବିଷର ସ୍ତ୍ରୀ ଲିଙ୍ଗ Feminine of Atibisha.
  2. (ସଂ.ବି.) - ମହୁରା Aconite; the tuberous root of a tree.

 [ ଦ୍ର ] ଏହା ହିମାଳୟ ପାଦଦେଶରେ ନେପାଳ, ତିବ୍ବତ, ସିକିମ, ଆଫଗାନିସ୍ଥାନ, ତୁର୍କୀସ୍ଥାନ, କାଶ୍ମୀର ଆଦି ଅଞ୍ଚଳରେ ଜନ୍ମିବା ବୃକ୍ଷର ମାଂସଳ ବିଷାକ୍ତ ମୂଳ। ଏ ବୃକ୍ଷ ନାନା ଜାତିର ଅଛି ଓ ମୂଳ ଧଳା ନାଲି କଳା ଓ ହଳଦିଆ ଭେଦରେ 4 ପ୍ରକାର। ବୈଦ୍ୟ ଶାସ୍ତ୍ର ମତରେ ମହୁରା 8 ପ୍ରକାର ଯଥା;— ଶୁକ୍ତକ, ମୁସ୍ତକ, କୌମ୍ୟ, ଦର୍ବିକ, ସର୍ଷପ, ସୈକତ, ବତ୍ସନାଭ ଓ ଶୃଙ୍ଗୀ। ଏହି ଏକ ଶ୍ର୍ରେଣୀର ଗଛର ମୂଳ ମଧ୍ୟ କେହି ଲମ୍ବା, କେହି ଗୋଲ, କେହି ବଡ଼, କେହି ଚେପଟା ଏପରି ନାନା ପ୍ରକାରର। ଏହା ବିଷ ଓ ବିଷର ପ୍ରତିଷେଧକ; ଯେଉଁ ମୂଳ ମେଣ୍ଢାଶିଙ୍ଘ ପରିବଙ୍କା ତାକୁ ମେଣ୍ଢା ଶିଙ୍ଘା ମହୁରା କହନ୍ତି। ଗୋବରପାଣିରେ ବତୁରା ଯାଇ ଦୋଳା ଯନ୍ତ୍ରରେ ଏହା ଶୋଧିତ ହୋଇ ଔଷଧରେ ଲାଗେ। ବୈଦ୍ୟ ଶାସ୍ତ୍ର ଅନୁସାରେ ଏହା ଉଷ୍ଣବୀର୍ଯ୍ୟ, କଟୁତିକ୍ତ, ପାଚକ, ଅଗ୍ନି ଦୀପକ; ଏହା କଫ, ପିତ୍ତ, ଅତିସାର, ଆମଦେଷ, ବମନ, କାଶ ଓ କୃମି ନାଶକ; ଏହା ବିଷଦୋଷନାଶକ। ଓଡ଼ିଶାରେ ବଜାରରେ ମେଣ୍ଢା ଶିଙ୍ଘା ମହୁରା ସୁଲଭ। 

ବିଭିନ୍ନ ସ୍ଥାନରେ ଏହି ବୃକ୍ଷର ନାମ :

  1. (ହିମାଳୟ ପାଦଦେଶ) - Aconitum Ferox.
  2. (ହିମାଳୟର ଉପର) - Napellus.
  3. (ନେପାଳ, ସିକିମ, ତିବ୍ବତ) - Palmatum.
  4. (ସିକିମ) - Spicatum.
  5. (କାଶ୍ମୀର) - Lyocotonum.
  6. (ହିମଳୟ ଉପରେ ଓ ପାଦଦେଶ) - Heterophyllum.
  7. (ହିମାଳୟ ଉପରେ ଓ ପାଦଦେଶ) - Chasmanthum.
  8. (ତୁର୍କୀସ୍ଥାନ; ଆଫଗାନିସ୍ଥାନ) - Rotundifolium.
  9. (ହିମାଳୟ ପାଦଦେଶ) - Balfouri.
  10. (ସିକିମ ଓ ତିବ୍ବତରେ) - Laciniatum.
  11. (ମିସ୍ମୀ ପର୍ବତ) - Lethale.
  12. (ହିମାଳୟ ଉପର ଓ ପାଦଦେଶ) - Falconeri.
  13. (ହିମାଳୟର ଅଧିତ୍ୟକା) - Deinorrhizum
2002 ଅତିବିସ୍ତର
  1. Atibistara (ସଂ.ବି.) - ବାକ୍ୟ ବାହୁଲ୍ୟ Prolixity
  2. ଅତିଶୟ ବିସ୍ତୃତ Diffusion.
2003 ଅତିବୃତ୍ତ

Also : [ ଅତିକ୍ରାନ୍ତ

  1. Atibṛuta (ସଂ.ବିଣ.) - ଗତ; ଅତୀତ; (ସମୟର ସୀମା) ବିତିଥିବା Past beyond; passed.
  2. ଲଘିଂତ Transgressed; violated.
  3. ଯାହାକୁ ମନୁଷ୍ୟ ଟପି ଯାଇ ନ ଥାଏ; ଉଲ୍ଲଘିଂତ Passed over.
  4. ଯାହାକୁ ମନୁଷ୍ୟ ପାରି ହୋଇଥାଏ Crossed over.
  5. ଯାହାକୁ କେହି ବଳି ଯାଇଥାଏ Surpassed.
  6. ଆକ୍ରାନ୍ତ Attacked.
  7. ଅନାଦୃତ; ଅବଜ୍ଞାତ Slighted; disregarded.
  8. ଯାହାର ସୀମାକୁ ମନୁଷ୍ୟ ବଳିଯାଇଥାଏ Gone beyond.
  9. ଉଦ୍ବୃତ୍ତ; ବଳି ପଡ଼ିବା Surplus; remaining over
2004 ଅତିବୃଷ୍ଟି
  1. Atibṛushṭi (ସଂ.ବି.) - ଅତିରିକ୍ତ ବର୍ଷା; ବୃଷ୍ଟିର ଆଧିକ୍ୟ  Excessive rain; a deluge of rain.
  • ବିପରୀତ - ଅନାବୃଷ୍ଟି
2005 ଅତିବେଳ
  1. Atibeḻa (ସଂ.ବିଣ.) - (ଯାହା ବେଳା ଅତିକ୍ରମ କରିଅଛି) ସୀମାକୁ ଟପିଥିବା Exceeding the limits.
  2. ଅତିକ୍ରାନ୍ତମର୍ଯ୍ୟାଦା; ଯାହା ମର୍ଯ୍ୟାଦା ଅତିକ୍ରମ କରିଅଛି Indecorous; past all rule of decrum.
  3. ଅସୀମ Boundless
  4. ନିରୂପିତ ସମୟ ଗଡ଼ିବା ପରେ ଘଟିଥିବା Happening after due time.
  5. ତମାଦି ହୋଇଥିବା Barred by limitation.
Page 401 of 881



Advertisement

sksk